spot_img

ପୁଲିସ-ନକ୍ସଲ ମୁହାଁମୁହିଁ

ମାଲକାନଗିରି: ଆଜି ସକାଳୁ ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ-ନକ୍ସଲ ଗୁଳି ବିନିମୟ ଜାରି ରହିଥିବାର ଖବର ମିଳିଛି। ମାତ୍ର ଏଥିରେ କେହି ମୃତାହତ ହୋଇନଥିବା କୁହାଯାଉଛି। ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳର ଜୁମଡାଙ୍ଗରେ ନକ୍ସଲଙ୍କ ଗତିବିଧି ଥିବା ସଂପର୍କରେ ଜଣାପଡ଼ିବା ପରେ ଗତକାଲି ରାତିରେ ପୁଲିସ ଓ ଯବାନମାନେ ଉକ୍ତ ଅଞ୍ଚଳରେ ସର୍ଚ ଅପରେସନ କରିଥିଲେ। ଏ ସମ୍ପର୍କରେ ନକ୍ସଲମାନେ ଜାଣିପାରି ସେଠାରେ ଲାଣ୍ଡମାଇନ ବିସ୍ଫୋରଣ କରିଥିଲେ। ଏହାର ପାଲଟା ଜବାବ ଦେବାକୁ ଯାଇ ପୁଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular