spot_img

ମାଲକାନଗିରିରେ ମାଓବାଦୀଙ୍କ ବର୍ବର କାଣ୍ଡ,ଠିକାଦାରଙ୍କୁ ହତ୍ୟା

ମାଲକାନଗିରି: ମାଓବାଦୀଙ୍କ ବର୍ବର କାଣ୍ଡ । ଜଣେ ଠିକାଦାରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ମାଓବାଦୀ । ମାଲକାନଗିରି ମାଥିଲି ଥାନା ଗୋଲିଆରେ ଦେଖିବାକୁ ମିଳିଛି ଏପରି ଘଟଣା । କେବଳ ସେତିକି ନୁହେଁ ରାସ୍ତା କାର୍ଯ୍ୟରେ ନିୟୋଜିତ ଗୋଟିଏ ବୋଲେରୋ, ଗୋଟିଏ ପ୍ରୋକ୍ଲିନ ମେସିନ ସହ ୩ଟି ଗାଡି ପୋଡି ଦେଇଛନ୍ତି ମାଓବାଦୀ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତାକାମ ଚାଲିଥିଲା । କାମ ତଦାରଖ କରିବାକୁ ଠିକାଦାର ସୁକୁମାର ମଣ୍ଡଳ ଗୁରୁବାର ସକାଳ ପ୍ରାୟ ୯ଟା ବେଳକୁ ବୋଲେରୋ ଗାଡିରେ ସେଠାରେ ପହଞ୍ଚିଥିଲେ । ସେହି ସମୟରେ ନକ୍ସଲମାନେ ତାଙ୍କୁ ଗାଡିରୁ ବାହାର କରି ଆଣି ହତ୍ୟା କରିଥିଲେ । କେବଳ ସେତିକି ନୁହେଁ ୧୫ ରୁ ୨୦ ଜଣ ମାଓବାଦୀ ରାସ୍ତା କାର୍ଯ୍ୟ ବନ୍ଦ କରିବା ସହ ଗାଡିରେ ନିଆଁ ଲଗାଇ ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ପୁଲିସ୍ କମ୍ବିଂ ଅପରେସନ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular