ନୂଆଦିଲ୍ଲୀ: ମାର୍ଚ୍ଚ ୧ ତାରିଖରୁ ସବୁ ସରକାରୀ ହସ୍ପିଟାଲରେ ମାଗଣା କରୋନା ଟିକା କେନ୍ଦ୍ର କ୍ୟାବିନେଟ୍ ବୁଧବାର ଦିନ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ମୁତାବକ ଦେଶର ସବୁ ସରକାରୀ ହସ୍ପିଟାଲରେ ମାର୍ଚ୍ଚ ୧ ତାରିଖରୁ ମାଗଣା କରୋନା ଟିକା ଦିଆଯିବ । ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମାଗଣାରେ ଟିକା ଦିଆଯିବ । ତେବେ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଯଦି ଗମ୍ଭୀର ରୋଗର ଶିକାର ହୋଇଥାନ୍ତି ତେବେ ସେମାନଙ୍କୁ ମଧ୍ୟ ମାଗଣା ଟିକା ଦିଆଯିବ । ଦେଶରେ ଏପର୍ୟ୍ୟନ୍ତ ୧ କୋଟି ୭ ଲକ୍ଷ ୬୭ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ଅନ୍ୟପକ୍ଷରେ ୧୪ ଲକ୍ଷଙ୍କୁ ଦ୍ୱିତୀୟ ପର୍ୟ୍ୟାୟରେ ଟିକା ଦିଆଯାଇଛି । ତେବେ ଘରୋଇ ହସ୍ପିଟାଲରେ ଯେଉଁମାନେ ଟିକା ନେବେ ସେମାନଙ୍କୁ ଏଥିପାଇଁ ଟଙ୍କା ଦେବାକୁ ପଡିବ । କରୋନା ଟିକାର ମୂଲ୍ୟ ବାବଦରେ ଦୁଇ ରୁ ତିନି ଦିନ ମଧ୍ୟରେ ଘୋଷଣା କରାଯିବ । ଏନେଇ ଭ୍ୟକ୍କିନ ନିର୍ମାତା ଓ ହସ୍ପିଟାଲ ସହ ସରକାର ଆଲୋଚନା କରୁଛନ୍ତି ନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର ସୂଚନା ଦେଇଛନ୍ତି । ଦେଶର ୧୦ ହଜାର ସରକାରୀ ହସ୍ପିଟାଲରେ ମାଗଣାରେ ଏହି କରୋନା ଟିକା ଦିଆଯିବ । ସେହିଭଳି ୨୦ ହଜାର ଘରୋଇ ହସ୍ପିଟାଲରେ ମଧ୍ୟ ଟିକା ଦିଆଯିବ । ତେବେ ଘରୋଇ ହସ୍ପିଟାଲରେ ଟିକା ପାଇଁ ଟଙ୍କା ଦେବାକୁ ପଡିବ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0