ମରିସସ : ଭାରତ ସହାୟତାରେ ମରିସସରେ ନିର୍ମାଣ ହେଲା ସୁର୍ପିମକୋର୍ଟର ନୂଆ ବିଲଡିଂ । ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସ ସୁର୍ପିମକୋର୍ଟ ର ନୂଆ ବିଲଡିଂକୁ ଉଦଘାଟନ କରିଛନ୍ତି । କରୋନା କଟକଣା ପାଇଁ ଭିଡିଓ କନଫରେନସ୍ ମାଧ୍ୟମରେ ଏହି ଉଦଘାଟନ କାର୍ଯ୍ୟକ୍ରମ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସମେତ ଦୁଇ ଦେଶର ନ୍ୟାୟପାଳିକାର କିଛି ବରିଷ୍ଠ ବ୍ୟକ୍ତି ଏବଂ ଅନ୍ୟ କେତେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ନୂଆ ବିଲଡିଂଟି ମାରିସସର ରାଜଧାନୀ ପୋର୍ଟ ଲୁଈସ ରେ ନିର୍ମିତ ହୋଇଛି । ୧୦ ମହଲା ବିଶିଷ୍ଟ ସୁପ୍ରିମକୋର୍ଟ ୪ ହଜାର ୭୦୦ ବର୍ଗ ମିଟର ପରିସରରେ ନିର୍ମାଣ କରାଯାଇଛି । ମାରିସସରେ ଭାରତ ସହାୟତାରେ ଏହା ପ୍ରଥମ କାମ ହୋଇଥିବା ବେଳେ ଭାରତ ଓ ମାରିସସ ବନ୍ଧୁତାର ଏକ ମାଇଲଖୁଣ୍ଡ ପରି କାମ କରିବ । ୨୦୧୬ ମସିହାରେ ଭାରତ ସରକାର ୩୫.୩ କୋଟି ଡଲାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ପଞ୍ଚ ଆଧାରଭୁତ ଢାଞ୍ଚା ପରିଯୋଜନାର ବିଶେଷ ଆର୍ଥିକ ପ୍ୟାକେଜ ଜରିଆରେ ଭାରତ ଏହି ସହାୟତା ପ୍ରଦାନ କରିଛି । ମାରିସସରେ ଭାରତ ସହାୟତାରେ ମେଟ୍ରୋ ଏକ୍ସପ୍ରେସ୍ ପ୍ରୋଜେକ୍ଟର କାମ ଚାଲିଛି । ବର୍ତ୍ତମାନ ଏହି ପ୍ରୋଜେକ୍ଟର ଦ୍ୱିତୀୟ ଭାଗରେ ୧୪ କିଲୋମିଟର ମେଟ୍ରୋ ଲାଇନର ନିର୍ମାଣ କାମ ବି ଆରମ୍ଭ ହୋଇଯାଇଛି । ଏଥିସହ ଭାରତ ସହାୟତାରେ ମାରିସସରେ ଏବେ ଇଏନଟି ହସ୍ପିଟାଲର ବି କାମ ଚାଲୁରହିଛି । ୧୦୦ ଶର୍ଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍ପିଟାଲରେ ଭାରତର ଏକ ବଡ ଭୂମିକା ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0