spot_img

ଏଣିକି ପ୍ରସେସନରେ ଡିଜେ କି ବାଣ ଫୁଟିପାରିବ ନାହିଁ : ଡିସିପି

ଭୁବନେଶ୍ବର: ବିବାହ ସମୟରେ ଉଲ୍ଲଂଘନ ହେଉଛି ନିୟମ। ପ୍ରସେସନରେ ବାଜୁଛି ଡିଜେ ଓ ବାଣ ଫୁଟାଉଛନ୍ତି ଅମାନିଆ। ପ୍ରସେସନ ସମୟରେ ଏହା କରିବାକୁ ଅନୁମତି ଦିଆଯାଇନାହିଁ। ଏଭଳି ନିୟମ ଉଲ୍ଲଂଘନ କରାଯାଉଥିବାର ଅଭିଯୋଗ ଆସୁଛି। ଏହି ନିୟମ ଉଲ୍ଲଂଘନ ହେଉଥିବାର ଦେଖିଲେ ପୁଲିସକୁ ତୁରନ୍ତ ଜଣାଇବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ଡିସିପି।
ସେ କହିଛନ୍ତି, ୦୬୭୪-୨୫୪୦୨୯୪ ଟେଲିଫୋନ୍ ନମ୍ବରକୁ ଫୋନ କରି ଜଣାନ୍ତୁ। ଆଇନ ଉଲ୍ଲଂଘନ କଲେ ଅର୍ବାନ ପୁଲିସ ଆକ୍ଟ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଡିସିପି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular