spot_img

ମାସ୍କ ନ ପିନ୍ଧିଲେ ହେବ ଜେଲ

ତେଲେଙ୍ଗନା : ମାସ୍କ ନ ପିନ୍ଧିଲେ ହେବ ଜେଲ ।ଦେଶରେ ପୁଣି ୟୁଟର୍ଣ୍ଣ ନେଇଛି କରୋନା। ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇ ୬୦ ହଜାର ଟପି ସାରିଲାଣି। ମହାରାଷ୍ଟ୍ର ଓ ଅନ୍ୟ କିଛି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢୁଥିବା ବେଳେ ରାଜ୍ୟ ସରକାର ଗୁଡ଼ିକ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ତେଲେଙ୍ଗନା ସରକାର ମଧ୍ୟ କିଛି କଠୋର ନିଷ୍ପତ୍ତି ନେଇଛନ୍ତି। ତେଲେଙ୍ଗାନାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସର୍ବସାଧାରଣ ସ୍ଥାନକୁ ଆସିବା ମାତ୍ରେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି। ଯିଏ ଏହି ନିର୍ଦ୍ଦେଶ ନ ମାନିବ, ତାଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ଜେଲରେ ମଧ୍ୟ ପୂରାଇ ଦିଆଯିବ ବୋଲି ଶନିବାର ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେଲେଙ୍ଗାନା ମୁଖ୍ୟ ଶାସନ ସଚିବ ସୋମେଶ କୁମାର କହିଛନ୍ତି, କୋଭିଡ-୧୯ ସଂକ୍ରମଣରୁ ରକ୍ଷା ପାଇବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ମାସ୍କ। ଏଣୁ ରାଜ୍ୟର ସମସ୍ତ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସମସ୍ତ ଅଫିସରେ ବି ଲୋକେ ମାସ୍କ ପିନ୍ଧିବେ। ପବ୍ଲିକ ଟ୍ରାନ୍ସପୋର୍ଟରେ ଯା’ ଆସ କରୁଥିବା ଲୋକେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟମୂଳକ। ଯିଏ ଏହି ନିୟମ ଉଲ୍ଲଂଘନ କରିବ, ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular