spot_img

ଏକୁଟିଆ ଗାଡି ଚଳାଇବା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଗାଡି ଚଳାଉଥିବା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କାର୍ କି ବାଇକରେ ଏକୁଟିଆ ଯାଉଥିଲେ ଏବେ ପିନ୍ଧିବାକୁ ହେବ ମାସ୍କ । ବେଙ୍ଗାଲୁରୁ ମହାନଗର ନିଗମ ଏନେଇ ମଙ୍ଗଳବାର ଏକ ଘୋଷଣାନାମା ଜାରି କରିଛନ୍ତି । ଗାଡିରେ ଏକୁଟିଆ ଥିଲା ବେଳେ ଯଦି ମାସ୍କ ବ୍ୟବହାର ନ କରିବେ ତେବେ ୨୫୦ ଟଙ୍କା ଜରିମାନା ଦେବାକୁ ହେବ । ଲକଡାଉନର ୭ ମାସ ପରେ ଏ ନିୟମ ଲୋକଙ୍କ ମଧ୍ୟରେ ଥିବା ଦ୍ବନ୍ଦ୍ବ ଦୂର କରିବା ପାଇଁ ଜାରି କରାଯାଇଛି। ପୂର୍ବରୁ କେନ୍ଦ୍ର ସରକାର କହିଥିଲେ। କାର କି ବାଇକରେ ଏକୁଟିଆ ଯାଉଥିଲେ ମାସ୍କ ପିନ୍ଧିବା ଜରୁରୀ ନୁହେଁ। ତେବେ ଏବେ କୋଭିଡ ସଂକ୍ରମଣରୁ ରୋକିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ବୋଲି କହିଛି ବେଙ୍ଗାଲୁରୁ ନଗର ନିଗମ।
ଏହା ସହ ଯେକୌଣସି ସ୍ଥାନରେ ଦୁଇ ଜଣ ପରସ୍ପର ମଧ୍ୟରେ କଥା ହେବା ବେଳେ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି। ସହରରେ କରୋନା ମାମଲା କମ୍ କରିବା ଦିଗରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଜାରି ହୋଇଥିବା ଅର୍ଡରରେ କେଉଁ ସ୍ଥାନରେ କେଉଁ ପ୍ରକାର ମାସ୍କ ପିନ୍ଧିବା ସେ ସମ୍ପର୍କରେ ମଧ୍ୟ କୁହାଯାଇଛି। କୋଭିଡକୁ ରୋକିବା ପାଇଁ ମାସ୍କ ନିହାତି ଜରୁରୀ। ଏହି ଅର୍ଡରରେ ପାଞ୍ଚ ବର୍ଷ ବୟସରୁ କମ୍ ପିଲାଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନାହିଁ। ରାସ୍ତା, ଜଗିଂ କି ପାର୍କରେ ମାସ୍କ ପିନ୍ଧିବା ନେଇ କିଛି ଉଲ୍ଲେଖ କରାଯାଇ ନାହିଁ। ବିଶେଷଜ୍ଞଙ୍କ ଅନୁସାରେ ଜଗିଂ ସମୟରେ ମାସ୍କ ପିନ୍ଧିବା ଠିକ୍ ନୁହେଁ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular