ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟାରେ ଉଭୟ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ବସିବ। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ବସିବ।ମନ୍ତ୍ରୀ ପରିଷଦ ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ପ୍ରଥମ ଅତିରିକ୍ତ ବଜେଟରେ ମୋହର ଲାଗିବ। ପରେ ୫.୩୦ମିନିଟରେ କ୍ୟାବିନେଟ ବୈଠକ ବସିବ। ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଯୋଗେ ଉପସ୍ଥିତ ରହିବେ । ମନ୍ତ୍ରୀମାନେ ସଚିବାଳୟ ଓ ଜିଲ୍ଲା ହେଡକ୍ୱାର୍ଟରରୁ ଭିସି ଯୋଗେ ଯୋଡି ହେବେ । ଯେଉଁଥିରେ ୧୫ଟି ପ୍ରସ୍ତାବ ଉପରେ ଆଲୋଚନା ହେବ। ବିଶେଷକରି ପୂର୍ତ, ସ୍ବାସ୍ଥ୍ୟ ଏବଂ ରାଜସ୍ବ ବିଭାଗର କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିପାରେ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0