ବ୍ୟୁରୋ ରିପୋର୍ଟ: ଟ୍ରେନରେ ମହିଳା ଯାତ୍ରୀଙ୍କୁ ମିଳିବ ସୁରକ୍ଷା । ଏକୁଟିଆ କିମ୍ବା ବୟସ୍କ ମହିଳା ଟ୍ରେନରେ ଯାତ୍ରା କରୁଥିଲେ ନିଜକୁ ଏଥର ସୁରକ୍ଷିତ ମନେକରିବେ । କାରଣ ତାଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିବେ ରେଳ ସୁରକ୍ଷା କର୍ମଚାରୀ । ମହିଳାଯାତ୍ରୀଙ୍କୁ ସୁବିଧା ଯୋଗାଇବା ପାଇଁ ଆରପିଏଫ ତରଫରୁ ଆରମ୍ଭ ହୋଇଛି ନୂଆ ଯୋଜନା ‘ମେରି ସହେଲି’ । ଏହି ଯୋଜନା ଅନୁସାରେ ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ମହିଳା ଯାତ୍ରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ । ଏହାପରେ ସମସ୍ତଙ୍କୁ ଟ୍ରେନରେ ଦିଆଯାଉଥିବା ସୁବିଧା ବିସୟରେ ଅବଗତ କରାଯିବ । ଯେଉଁ ଯାତ୍ରୀମାନେ ଏକୁଡିଆ ଯାତ୍ରା କରୁଛନ୍ତି ସେମାନଙ୍କ ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରାଯିବ । ଏହି ତଥ୍ୟକୁ କଣ୍ଟ୍ରୋଲ ରୁମରେ ଜଣାଇ ଦିଆଯିବ । ସେମାନଙ୍କ ଗନ୍ତବ୍ୟସ୍ଥଳ ବିଷୟରେ ପରବର୍ତ୍ତୀ ଷ୍ଟେସନଗୁଡିକୁ ଜଣାଯିବ । ଫଳରେ ସେମାନଙ୍କୁ ସୁରକ୍ଷିତ ତାଙ୍କ ଗନ୍ତବ୍ୟସ୍ଥଳରେ ପହଁଞ୍ଚାଇ ଦିଆଯାଇପାରିବ । ବୟସ୍କ ମହିଳାମାନଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ଏଥିପାଇଁ ମହିଳା କର୍ମଚାରୀ ଓ ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏନେଇ ପ୍ରତିଦିନ ୧୫ ରୁ ୨୦ ଜଣ ମହିଳାଙ୍କୁ ସଚେତନ କରାଯାଉଛି । ଯାହା ଫଳରେ ବର୍ତ୍ତମାନ ଯେଉଁ ମହିଳାମାନେ ଏକୁଟିଆ ଟ୍ରେନରେ ଯାତ୍ରା କରିବେ ସେମାନେ ନିଜକୁ ସୁରକ୍ଷିତ ଅନୁଭବ କରିବେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0