spot_img

ପେଟିଏମର ମିନି ଆପ୍ ଷ୍ଟୋର୍

ପେଟିଏମ ନିଜର ଏକ ମିନି ଆପ୍ ଷ୍ଟୋର୍ ଲଞ୍ଚ କରିଛି । ଏଥିରେ କେତେକ ଭାରତୀୟ କମ୍ପାନୀର ୱେବ ବେସଡ଼୍ ଆପ୍ ରହିବ, ଯାହାକୁ ଆପଣ ଆକ୍ସେସ୍ କରିପାରିବେ । କିନ୍ତୁ ଏହା ଗୁଗଲ ପ୍ଲେ ଷ୍ଟୋରର ବିକଳ୍ପ ହୋଇପାରିବ କି ନାହିଁ ଜଣାପଡ଼ିଛି । ଗତ କିଛି ଦିନ ହେଲା ଚାଇନା କମ୍ପାନୀ ଅଲି ବାବାର ‘ପେଟିଏମ୍’ ଭାରତ ଆପ୍ ଷ୍ଟୋର ନାମରେ ଏକ ଫିଚର ଆରମ୍ଭ କରିଥିଲା । ବର୍ତ୍ତମାନ କମ୍ପାନୀ ‘ଆପ୍ ଷ୍ଟୋର ମିନି’ ଲଞ୍ଚ କରିଛି । ଏହା ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ଆପ୍ ଷ୍ଟୋରର ଏକ ବିକଳ୍ପ ବୋଲି ଏହାକୁ ପ୍ରଚାର କରାଯାଉଛି । ନିକଟରେ ଗୁଗଲ , ପେଟିଏମକୁ ତା’ର ପ୍ଲେ ଷ୍ଟୋରରୁ ହଟାଇ ଦେଇଥିଲା । ଗ୍ୟାମ୍ବଲିଙ୍ଗ ବା’ ଜୁଆ ଖେଳକୁ ପ୍ରଶୟ ନଦେବା ପାଇଁ ନିଜ ପଲିସି ଅନୁସାରେ ଏହାକୁ ହଟାଇ ଦେଇଥିଲା । ଏହା ପରେ ପେଟିଏମର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ‘ଭାରତ ଆପ୍ ଷ୍ଟୋର’ ଆଣିବା କଥା କହିଥିଲେ । ଏହି ଆପ୍ ଲଞ୍ଚ କରିବାରେ ପେଟିଏମ୍ ପ୍ରଥମ ନୁହେଁ । ପୂର୍ବରୁ ଫୋନ୍ ପେ ଏହି ଧରଣର ପ୍ଲାଟଫର୍ମର ସୁବିଧା ନିଜ ଆପରେ ଦେଉଛି । ଯଦିଓ ଭାରତରେ ଏପରି ଆପ୍ ଅଧିକ ଲୋକପ୍ରିୟତା ହାସଲ କରିନାହିଁ । ପେଟିଏମର ‘ମିନି ଆପ୍ ଷ୍ଟୋର’ ରେ ୱେବ ବେସଡ୍ ଆପ୍ ମିଳିବ, ଯାହାକୁ ଷ୍ଟୋର କରିବା ବୋଧହୁଏ ଉଚିତ୍ ହେବନି । କିନ୍ତୁ ଏହାର ଏକ ଫାଇଦା ହେଉଛି କି ଯେଉଁମାନଙ୍କର ଫୋନରେ ସ୍ପେଶ୍ କମ୍ ଥିବ କିମ୍ବା ନେଟ୍ ଧିମା ଥିବ, ଏଣ୍ଟ୍ରି ଲେବଲ ସ୍ମାର୍ଟ ଫୋନ୍ ଥିବ , ତେବେ ସେମାନେ ଏହି ଆପକୁ ସହଜରେ ବ୍ୟବହାର କରିପାରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular