spot_img

ମହାପ୍ରଭୂଙ୍କ ଦର୍ଶନରୁ ବଞ୍ଚିତ ହେଲେ ମନ୍ତ୍ରୀ ସମୀର ଦାଶ

ପୁରୀ: ମହାପ୍ରଭୂଙ୍କୁ ଦେଖି ପାରିଲେନି ମନ୍ତ୍ରୀ । ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସୂଚନାନୁସାରେ, ରବିବାର ସର୍ବାସାଧାରଣଙ୍କ ପାଇଁ ଶ୍ରୀଜିଉଙ୍କ ଦର୍ଶନ ଆରମ୍ଭ ହୋଇଛି । ସମସ୍ତ କୋଭିଡ କଟକଣାରେ ଦର୍ଶନ କରୁଛନ୍ତି ଭକ୍ତ । କିନ୍ତୁ ମନ୍ତ୍ରୀ ସମୀର ଦାଶ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ତାଙ୍କର କୋଭିଡ ନେଗେଟିଭ ରିପୋର୍ଟ ନଥିବାରୁ ସେ ଶ୍ରୀଜିଉଙ୍କୁ ଦର୍ଶନ କରିପାରି ନାହାଁନ୍ତି । ସାଧାରଣ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାର୍କେଟ ଛକ ଠାରୁ ସ୍ବତନ୍ତ୍ର ବ୍ୟାରିକେଡ ଯୋଗେ ସିଂହଦ୍ବାରକୁ ଆସିବା ପରେ ଭକ୍ତମାନଙ୍କ ଫଟୋ ଉଠାଯିବା ସହ ହାତ ସାନିଟାଇଜ କରି ଶ୍ରୀମନ୍ଦିରରେ ପ୍ରବେଶ କରିବାର ବ୍ୟବସ୍ଥା ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular