ମୁମ୍ବାଇ : ବଲିଉଡ଼ ଅଭିନେତା ଶାହିଦ କପୁର ଏବଂ ତାଙ୍କ ପତ୍ନୀ ମୀରା ରାଜପୁତ ଅନେକ ସମୟରେ ଚର୍ଚ୍ଚାରେ ଆସିଥାନ୍ତି । ଏହାଛଡ଼ା ସେମାନେ ଇଣ୍ଡଷ୍ଟ୍ରିର ସୁନ୍ଦର ଦମ୍ପତି ତାଲିକାରେ ମଧ୍ୟ ସ୍ଥାନ ପାଇଛନ୍ତି । ଶାହିଦଙ୍କୁ ତାଙ୍କ ପ୍ରଶଂସକ ଯେତିକି ଭଲ ପାଇବା ଦେଇଥାନ୍ତି ତାଙ୍କ ଅର୍ଦ୍ଧାଙ୍ଗିନୀ ମୀରା ଅଭିନୟ ଦୁନିଆରେ ନଥିଲେ ମଧ୍ୟ ତାଙ୍କୁ ବି ସେତିକି ଭଲପାଇବା ଦେଇଥାନ୍ତି । ସାମାଜିକ ଗଣମାଧ୍ୟମରେ ପ୍ରାୟ ସମୟରେ ମୀରା ସକ୍ରିୟ ରହି ନୂଆ ଫଟୋ ଏବଂ ଭିଡ଼ିଓ ପୋଷ୍ଟ କରନ୍ତି । ଯାହାଫଳରେ ଫ୍ୟାନମାନେ ତାଙ୍କୁ କୌଣସି ଅଭିନେତ୍ରୀଙ୍କ ଠାରୁ କମ୍ ଭାବନ୍ତି ନାହିଁ । ଏହି ସମୟରେ , ମୀରାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଚାଟ୍ ସେଶନ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ‘ଆସ୍କ ମି ଏନିଥିଙ୍ଗ’ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଯେଉଁଥିରେ ପ୍ରଶଂସକମାନେ ତାଙ୍କୁ ପ୍ରଶ୍ନ କରିଥିଲେ ଏବଂ ସେ ତାଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଆଦୌ ପଛାଇ ନଥିଲେ ।
ଏହି ସମୟରେ ମୀରା ଅନେକ ମଜାଳିଆ ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ । ଏହାରି ମଧ୍ୟରେ ଜଣେ ପ୍ରଶଂସକ ମୀରାଙ୍କୁ ସେହି କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କ କ୍ରସ ବିଷୟରେ ପଚାରିଥିଲେ । ଏହାର ଉତ୍ତରରେ ମୀରା କହିଛନ୍ତି ଯେ ତାଙ୍କ କ୍ରସ ଶାହିଦ ନୁହଁନ୍ତି ବରଂ ଦକ୍ଷିଣ ଆଫ୍ରିକାର କ୍ରିକେଟର ଏବି ଡ଼ି ଭିଲିୟର୍ସ । ଏହାର ଉତ୍ତର ଶୁଣି କେବଳ ତାଙ୍କ ପ୍ର୍ରଶଂସକ ନୁହଁନ୍ତି ବରଂ ତାଙ୍କ ସ୍ୱାମୀ ଶହିଦ କପୁର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ର୍ରଶଂସକଙ୍କ ସହ ଏହି ମଜାଳିଆ କଥାବାର୍ତ୍ତା ଭିଡ଼ିଓଟିକୁ ତାଙ୍କ ଇନଷ୍ଟାଗ୍ରାମ ରେ ଶେୟାର କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0