spot_img

ଆମ୍ବୁଲାନ୍ସରେ ରୋଗୀ ବଦଳରେ ବୁହା ହେଉଛି ଫୁଲ ଗଛ

ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁର ଉପଖଣ୍ଡ ଚିକିତ୍ସାଳୟର ଆମ୍ବୁଲାନ୍ସରେ ରୋଗୀ ବଦଳରେ ବୁହା ହେଉଛି ଫୁଲ ଗଛ l ସରକାର ରୋଗୀ ମାନଙ୍କ ପାଇଁ ଜରୁରୀକାଳୀନ ପରିସ୍ଥିତିରେ ସୁଧାର ଆଣିବାକୁ ବ୍ୟପକ ବ୍ୟବସ୍ଥା କରୁଥିବା ବେଳେ l ସରକାରୀ ବାବୁ ମାନେ ତାହାକୁ ଖୋଲାଖୋଲି ଉଲଘଂନ କରୁଥିବା ଦେଖିବାକୁ ମିଳିଛି l ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଆମ୍ବୁଲାନ୍ସରେ ଫୁଲ ଗଛ ବୁହା ହେଉଥିବାର ଦେଖିବାକୁ ମିଳିଛି l ସୂଚନା ଅନୁସାରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ କାୟାକଳ୍ପ ଟିମ ପରିଦର୍ଶନରେ ଆସିବାକୁ ସ୍ଥିର ହେଇଥିବା ବେଳେ ଚିକିତ୍ସାଳୟକୁ ଫୁଲ ଗଛ ନିଆଯାଉଥିଲା l ସେପଟେ ରୋଗୀ ସେବା ପାଇଁ ଆମ୍ବୁଲାନ୍ସ ମିଳୁନଥିବା ବେଳେ ଏଠାରେ ଆମ୍ବୁଲାନ୍ସର ଅପବ୍ୟବହାର କରାଯାଉଛି । ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular