ପଶ୍ଚିମବଙ୍ଗ- ବିଧାୟକଙ୍କ ଝୁଲନ୍ତା ଶବ ଉଦ୍ଧାର .ହତ୍ୟା କରି ଝୁଲାଇ ଦିଆଯାଇଥିବା ପରିବାର ଲୋକଙ୍କ ଅଭିଯୋଗ
କୋଲ୍କାତା-ପଶ୍ଚିମବଙ୍ଗ ଉତ୍ତର ଦିନାଜପୁର ଜିଲ୍ଲା ଅନ୍ତର୍ଗତ ହେମତାବାଦର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ଶବ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ସୋମବାର ସକାଳେ ତାଙ୍କ ଗାଁ ବିନ୍ଦାଲରେ ଥିବା ଘର ନିକଟରେ ଦେଖିବାକୁ ମିଳିଥିଲା।
ତାଙ୍କ ପରିବାର ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ ତାଙ୍କୁ ହତ୍ୟା କରାଯିବା ପରେ ତାଙ୍କ ଶବକୁ ଝୁଲାଇ ଦିଆଯାଇଛି। ସେହିପରି ବିଜେପି ବିଧାୟକଙ୍କୁ ହତ୍ୟା କରି ଟାଙ୍ଗି ଦିଆଯାଇଛି ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି । ।୨୦୧୯ରେ ସେ ବିଜେପିରେ ଯୋଗ ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଶବବ୍ୟବଚ୍ଛେଦ ପାଇଁ ପଠାଇବା ସହ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ସତ୍ୟ ଜଣାପଡିବ ବୋଲି କହିଛି । ଶବକୁ ରାଇଗଞ୍ଜ୍ ଡାକ୍ତରଖାନା ପଠାଯାଇଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0