ଭୁବନେଶ୍ୱର : ଆଜି ରଙ୍ଗର ପର୍ବ ହୋଲି। ହୋଲି ପାଳନ ନିମନ୍ତେ ଆଜି ପ୍ରଥମାର୍ଦ୍ଧରେ ବନ୍ଦ ରହିବ ମୋ ବସ୍ ସେବା । ହେଲେ ଅପରାହ୍ନ ୩ଟାରୁ ପୁଣି ଥରେ ଆରମ୍ଭ ହେବ ଏହି ସେବା। ମାଷ୍ଟର କ୍ୟାଣ୍ଟିନରେ ଥିବା ପାସ୍ କାଉଣ୍ଟର ମଧ୍ୟ ବନ୍ଦ ରହିବ ବୋଲି ଟ୍ୱିଟ୍ କରି CRUT ପକ୍ଷରୁ ସୂଚନା ଦିଆଯାଇଛି। ଏଥର କରୋନା କଟକଣାରେ ହୋଲି ପାଳନ କରାଯାଉଛି। ଏହାବ୍ୟତୀତ ଘରେ ହୋଲି ଖେଳିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏଥିସହ ନିୟମ ପାଳନ ନିମନ୍ତେ ରାଜଧାନୀରେ କେବଳ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ୨୦ଟି ପାଟ୍ରୋଲିଂ ଗାଡ଼ି ବୁଲିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0