spot_img

ମେଡିକାଲ ବେଡରେ ଫାଟିଲା ମୋବାଇଲ୍

କେନ୍ଦୁଝରକେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିସ୍ଫୋରଣ । ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ୱାର୍ଡରେ ମୋବାଇଲ ବିସ୍ଫୋରଣ ହୋଇଛି । ଟ୍ୟୁମର ଅପରେସନ ପରେ ମନୋରମା ସାହୁ ମାତୃ ଓ ଶିଶୁ ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ମଧ୍ୟାହ୍ନରେ ମନୋରମାଙ୍କ ମୁଣ୍ଡ ପାଖରେ ତାଙ୍କ ଝିଅ ବ୍ୟାଗ ରଖିଥିଲେ । ଯେଉଁଥିରେ ଏକ ଲେନୋଭୋ ମୋବାଇଲ୍ ଥିଲା । ତେବେ, ହଠାତ୍ ମୋବାଇଲଟି ଫାଟି ଯାଇ ଧୂଆଁ ବାହାରି ଥିଲା । ମୋବାଇଲଟି ଫାଟି ନିଆଁ ଜଳିଗଲା ପରେ ତାଙ୍କ ଝିଅ ନିକଟରେ ଥିବା ବାଥରୁମକୁ ମୋବାଇଲ ଫିଙ୍ଗି ଦେଇଥିଲେ । ଏହାକୁ ନେଇ କିଛି ସମୟ ପାଇଁ ୱାର୍ଡରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular