spot_img

ମୋଦି ଓ ଜନସନ ଆଲୋଚନା

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସୋମବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ବୋରିସ ଜନସନଙ୍କ ସହ କଥା ହେବାପରେ ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଭାରତ-ୟୁକେ ଏଜେଣ୍ଡା ୨୦୩୦ ଉପରେ ସମୀକ୍ଷା ହୋଇଛି । ଏହା ସହ ଗ୍ଲାସଗୋ ରେ ଆଗାମୀ ସିଓପି ଶିଖର ସମ୍ମୀଳନୀ-୨୬ରେ ଜଳବାୟୁ ପରିବର୍ତ୍ତନ ଉପରେ ନେବାକୁ ଯାଉଥିବା ପଦକ୍ଷେପ ଉପରେ ଆଲୋଚନା ହୋଇଛି । ସେ ଟ୍ୱିଟରେ କହିଛନ୍ତି ଦୁଇ ଦେଶ ମଧ୍ୟରେ ଆଫଗାନିସ୍ତାନ ସହ ଆଞ୍ଚଳିକ ସମସ୍ୟା ଉପରେ ମଧ୍ୟ କଥାବାର୍ତ୍ତା ହୋଇଛନ୍ତି | ଗତ ମେ ମାସରେ ପ୍ରଧାନମନ୍ତ୍ରୀ ଏବଂ ବୋରିସ ଜନସନ ୨୦୩୦ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଥିଲେ ଯେଉଁଥିରେ ବାଣିଜ୍ୟ, ରକ୍ଷା କ୍ଷେତ୍ରକୁ ମଜବୁତ କରିବା ଭଳି ବିଷୟ ସାମିଲ ରହିଛି । ଆଲୋଚନାରେ ବ୍ରିଟେନ ଏହା ସ୍ୱୀକାର କରିଛି ଭାରତ ପ୍ରଥମରୁ ହିଁ ନବୀକରଣ ଉପରେ କାର୍ଯ୍ୟକରୁଛି ଏହା ଆଶା ମଧ୍ୟ ରହିଛି ରାଷ୍ଟ୍ରୀୟ ସ୍ତରରେ ଅଧିକ ଉଚ୍ଚାଭିଳାସୀ ଯୋଗଦାନ ସହ ଜଳବାୟୁ ପରିବର୍ତ୍ତନ ଉପରେ ଠୋସ ପଦକ୍ଷେପ ନିଆଯିବ । ବୋରିସ ଜନସନ ଏବଂ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ମହାମାରୀ କରୋନା ବିରୋଧରେ ଏକଜୁଟ ହୋଇ ଳଢ଼ିବା ଏବଂ ମହାମାରୀ ପରେ ଅନ୍ତର୍ଜାତୀୟ ଯାତ୍ରାକୁ ସାବଧାନର ସହ ଖୋଲିବା ପାଇଁ ଚର୍ଚ୍ଚା କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular