ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତିି । ଦୁହେଁ ପ୍ରଥମଥର ଲାଗି ପରସ୍ପରକୁ ଭେଟିଛନ୍ତି । ଭାରତ ଓ ଆମେରିକାରେ ଯେଉଁ ଗଣତାନ୍ତ୍ରୀକ ମୂଲ୍ୟବୋଧ ରହିଛି । ତାହା ବିଶ୍ୱର ଅନ୍ୟ ସମସ୍ତ ରାଷ୍ଟ୍ରକୁ ପ୍ରସାରିତ ହେବା ଉଚିତ ବୋଲି ମୋଦି ମତ ରଖିଥିଲେ । ଆମେରିକାର ବିକାଶ ଦିଗରେ ଭାରତୀୟ-ଆମେରିକୀୟଙ୍କ ଅବଦାନକୁ ମୋଦି ପ୍ରଂସଶା କରିଥିଲେ । ଆମୋରିକା ମାଟି ଓ ହ୍ୱାଇଟ ହାଉସରେ ମୋଦି ଓ ତାଙ୍କ ପ୍ରତିନିଧି ଦଳଙ୍କୁ ଦିଆଯାଇଥିବା ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ବାଇଡେନଙ୍କୁ ମୋଦି ଧନ୍ୟବାଦ ଜଣାଇଥିଲେ।
ଦ୍ୱିପାକ୍ଷିକ କଥାବାର୍ତ୍ତାରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ,ଏନଏସଏ ଅଜିତ ଡୋଭାଲ,ବୈଦେଶିକ ସଚିବ ହର୍ଷବର୍ଦ୍ଦନ ସିଙ୍ଗଲା,ଭାରତୀୟ ରାଷ୍ଟ୍ରଦୂତ ଟିଏସ ସାନ୍ଧୁ , ପ୍ରଧାନମନ୍ତ୍ରୀ ଯୁଗ୍ମ ସଚିବ ଆରଜି ଶ୍ରେଷ୍ଠ ବ୍ୟକ୍ତିଗତ ସଚିବ ବିବେକ କୁମାର ସାମିଲ ଥିଲେ।ହ୍ୱାଇଟ ହାଉସରେ ବିଶ୍ୱର ଦୁଇ ଶିର୍ଷ ନେତାଙ୍କ କଥାବାର୍ତ୍ତା ପୂର୍ୱରୁ ଭାରତୀୟ ବଂଶୋତ୍ତବ ନାଗରିକ ମାନେ ଉଭୟ ନେତାଙ୍କୁ ସ୍ୱାଗତ କରଥିଲେ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0