ଜମ୍ମୁ-କାଶ୍ମୀରରେ ଶିଖ୍ ଓ ହିନ୍ଦୁଙ୍କ ହତ୍ୟା ଉପରେ ବିରୋଧୀ ଦଳଙ୍କ ନିରବତକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ବିରୋଧୀ ଦଳଙ୍କ ନାମ ନନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସାରାରେ ସେମାନଙ୍କ ନିରବତା ପାଇଁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ମାନବାଧିକାରକୁ ନେଇ ସିଲେକ୍ଟିଭ୍ (ବାଛ ବିଚାର) ବ୍ୟବହାର ଗଣତନ୍ତ୍ର ପାଇଁ ବିପଜ୍ଜନକ । ସେ କହିଛନ୍ତି ଯେ, ମାନବାଧିକାରର ବ୍ୟାପକ ହନନ ସେତେବେଳେ ହୋଇଥାଏ ଯେତେବେଳେ ଏହାକୁ ରାଜନୈତିକ ରଙ୍ଗ ଦିଆଯାଏ । ରାଜନୈତିକ ଚଷମାରେ ଦେଖାଯାଏ । ରାଜନୈତିକ ଲାଭ-କ୍ଷତିର ତରାଜୁରେ ଓଜନ କରାଯାଏ । ଏଭଳି ସିଲେକ୍ଟିଭ୍ ବ୍ୟବହାର ଗଣତନ୍ତ୍ର ପାଇଁ କ୍ଷତିକାରକ । ନିଜ ହିତ ଦେଖି ମାନବାଧିକାରର ବ୍ୟାଖ୍ୟା କରିବା ଭୁଲ | ସେ କହିଛନ୍ତି ଯେ, ସମାନ ପ୍ରକାରର କିଛି ଘଟଣାରେ କିଛି ଲୋକଙ୍କୁ ମାନବାଧିକାର ଉଲ୍ଲଂଘନ ଦେଖା ଯାଇଥାଏ କିନ୍ତୁ ସେହିଭଳି ଅନ୍ୟ କୌଣସି ଘଟଣାରେ ସେହି ସମାନ ଲୋକଙ୍କୁ ମାନବାଧିକାର ଉଲ୍ଲଂଘନ ଦେଖା ଯାଇନଥାଏ ।ପ୍ରଧାନମନ୍ତ୍ରୀଙ୍କ ଏହି ବୟାନକୁ କିଛି ଦିନ ତଳେ କାଶ୍ମୀରରେ ହିନ୍ଦୁ ଓ ଶିଖ୍ଙ୍କୁ ଟାର୍ଗେଟ୍ ହତ୍ୟା ସହିତ ଯୋଡ଼ି ଦେଖାଯାଉଛି ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0