ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦୦ ହଳ ଝୋଟରେ ତିଆରି ହୋଇଥିବା ଚପଲ ଲୋକସଭା ନିର୍ବାଚନ ମଣ୍ଡଳୀ ବାରାଣସୀ ଅନ୍ତର୍ଗତ କାଶୀ ବିଶ୍ବନାଥ ଧାମର ସେବାୟତଙ୍କ ନିମନ୍ତେ ପଠାଇଛନ୍ତି । ସୂଚନା ଅନୁସାରେ, କାଶୀ ବିଶ୍ବନାଥ ଧାମ କରିଡର୍ ଉଦ୍ଘାଟନ ନିମନ୍ତେ ବାରାଣସୀ ଗସ୍ତ ସମୟରେ ମନ୍ଦିର ପରିସରରେ କର୍ତ୍ତବ୍ୟ ସମ୍ପାଦନ କରୁଥିବା ଅଧିକାଂଶ ସେବାୟତ ଖାଲି ପାଦରେ କାର୍ଯ୍ୟ କରୁଥିବା ଦେଖିଥିଲେ । ଚମଡ଼ା ଅଥବା ରବର ନିର୍ମିତ ଜୋତାଚପଲ ପିନ୍ଧି ମନ୍ଦିର ପରିସରକୁ ପ୍ରବେଶ ନିଷେଧ । ପୁରରୋହିତମାନଙ୍କ ଠାରୁ ଆରମ୍ଭ କରି ସେବାୟତ, ସୁରକ୍ଷାକର୍ମୀ, ପରିମଳ କର୍ମୀ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହି ନିୟମରୁ ବାଦ ଦିଆଯାଏ ନାହିଁ। ପୁରରୋହିତମାନଙ୍କ ଠାରୁ ଆରମ୍ଭ କରି ସେବାୟତ, ସୁରକ୍ଷାକର୍ମୀ, ପରିମଳ କର୍ମୀ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହି ନିୟମରୁ ବାଦ ଦିଆଯାଏ ନାହିଁ ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0