ଆଜି ‘ଇଣ୍ଡିଆନ୍ ସ୍ପେସ୍ ଆସୋସିଏସନ୍’ର (ଆଇଏସ୍ପିଏ) ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଏକବିଂଶ ଶତାବ୍ଦୀରେ ବିଶ୍ୱକୁ ଏକଜୁଟ ଓ ସଂଯୋଗ କରାଇବାରେ ମହାକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା କଥା ଭାରତ ସୁନିଶ୍ଚିତ କରିବ ବୋଲି ମୋଦି କହିଛନ୍ତି | ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ପୂର୍ବରୁ ମହାକାଶ କ୍ଷେତ୍ର କେବଳ ସରକାରୀ ପରିସରରେ ସୀମିତ ଥିଲା। କିନ୍ତୁ, ଆମେ ଆମର ଚିନ୍ତାଧାରା ବଦଳାଇ ଦେଇ ଏ କ୍ଷେତ୍ରରେ ଅଭିନବତ୍ୱ ପ୍ରଚଳନ କରିଛୁ। ଆମେ ସରକାର ଓ ନୂଆ କମ୍ପାନିମାନଙ୍କୁ ଏକତ୍ର କରିଛୁ। ପ୍ରଧାନମନ୍ତ୍ରୀ ଗୁରତ୍ୱାରୋପ କରି କହିଲେ ଯେ, ଆଜି ବିଶ୍ୱ ‘ଆନ୍ତର୍ଜାତିକ ବାଳିକା ଦିବସ’ ପାଳନ କରୁଥିବା ବେଳେ ‘ଆଇଏସ୍ପିଏ’ର ଶୁଭାରମ୍ଭ ହେଉଛି। ମହାକାଶ କ୍ଷେତ୍ରରେ ଘଟୁଥିବା ସଂସ୍କାର ମହାକାଶ କ୍ଷେତ୍ର ନିମନ୍ତେ ମହିଳାମାନଙ୍କୁ ଅଧିକ ଉତ୍ସାହ ଦେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାକାଶ କ୍ଷେତ୍ରରେ ସଂସ୍କାର ୪ଟି ସ୍ତମ୍ଭ ଉପରେ ନିର୍ଭର କରୁଛି। ତାହା ହେଲା, ଘରୋଇ ସେକ୍ଟରକୁ ଉଦ୍ଭାବନ ପାଇଁ ସ୍ୱାଧୀନତା ପ୍ରଦାନ, ସମର୍ଥକ ଭାବେ ସରକାରଙ୍କ ଭୂମିକା, ଭବିଷ୍ୟତ ପାଇଁ ଯୁବବର୍ଗଙ୍କୁ ପ୍ରସ୍ତୁତ କରିବା ଏବଂ ଜନସାଧାରଣଙ୍କ ବିକାଶ ପାଇଁ ମହାକାଶ କ୍ଷେତ୍ରକୁ ଉପକରଣ ଭାବେ ବ୍ୟବହାର କରିବା।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0