ମୋହନା : ଗଜପତି ଜିଲ୍ଲା ମୋହନା ଥାନା କମଳାପୁର ଗାଁରେ ଅଭାବନୀୟ ଘଟଣା । ସାମାନ୍ୟ ବଚସାରୁ ପୁତୁରାକୁ ଟାଙ୍ଗିଆରେ ହାଣିଦେଲା ଦାଦା । ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଦାଦା ଭୂଷଣ ନାୟକକୁ ଅଟକ ରଖି ପଚରା ଉଚରା କରୁଛି ।
ସୂଚନାଯୋଗ୍ୟ ଯେ, କମଳାପୁର ଗାଁର ଭୂଷଣ ନାୟକ ଓ ବିଶ୍ବନାଥ ନାୟକ ଉଭୟ ସଂପର୍କରେ ଦାଦା ପୁତୁରା । ବୁଧବାର ରାତି ପ୍ରାୟ ୯ଟାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ସେହି ସମୟରେ ବିଶ୍ବନାଥ ଏକ କାଠ ଫାଳିଆରେ ଭୂଷଣକୁ ଆକ୍ରମଣ କରିବା ବେଳେ ଭୂଷଣ ଟାଙ୍ଗିଆରେ ବିଶ୍ବନାଥଙ୍କ ବେକକୁ ଚୋଟ ପକାଇଥିଲା । ଫଳରେ ବିଶ୍ବନାଥ ଗୁରୁତର ହୋଇଥିଲେ । ଗାଁ ଲୋକେ ପ୍ରଥମେ ତାଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ବିଶ୍ଵନାଥକୁ ମୃତ ଘୋଷଣା କରିଥିଲେ ଡାକ୍ତର ।
ଖବର ପାଇ ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଦାଦା ଭୂଷଣ ନାୟକକୁ ଅଟକ ରଖି ପଚରା ଉଚରା କରୁଛି । ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0