ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ମୌସୁମୀ ଜନିତ ବର୍ଷା ବହୁତ ହ୍ରାସ ପାଇଛି । ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଓଡିଶାରେ ଅଧିକ ବର୍ଷା ହେବର ସମ୍ଭାବନା ରହିଛି । ୨୪ରୁ ବର୍ଷାର ପରିମାଣ ପୁଣି କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସାଧାରଣତଃ ଜୁନ୍ ପହିଲାରେ ରାଜ୍ୟର ସମସ୍ତ ଅଞ୍ଚଳରେ ମୌସୁମୀ ବର୍ଷା ହୋଇଥାଏ । ମାତ୍ର ଚଳିତ ବର୍ଷ ଜୁନ୍ ପହିଲାରୁ ଏପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷାଠାରୁ ଶତକଡା ୭ ପ୍ରତିଶତ କମ୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ବିଶେଷକରି ଉପକୂଳ ଓଡିଶାରେ ବର୍ଷାର ପରିମାଣ କମ୍ ରହିଛି । ଏବେ ରାଜ୍ୟରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଉପକୂଳ ଓଡିଶାରେ ନିଅଣ୍ଟିଆ ସ୍ଥିତି ଉପୁଜିପାରେ ବୋଲି କହିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0