ନୂଆଦିଲ୍ଲୀ: କୋଭିଡ ଚିହ୍ନଟ ଲାଗି ହୋଇଥିବା ଟେଷ୍ଟରେ ନେଇଥିବା ଅଧିକ ଅର୍ଥ ଫେରାଯାଉ । ଆରଟିପିସିଆର ପରୀକ୍ଷାରେ ଘରୋଇ ଲାବ୍ ଓ ହସ୍ପିଟାଲଗୁଡିକ ଅତ୍ୟଧିକ ଦେୟ ନେଇଛନ୍ତି । ଏବେ ସୋମନେ ଉକ୍ତ ଅର୍ଥ ଫେରାଇବାକୁ କେନ୍ଦ୍ର ସରକାର ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଶନିବାର ଆବେଦନ କରାଯାଇଛି । ଭାଜପା ନେତା ତଥା ଆଇନଜୀବୀ ଅଜୟ ଅଗ୍ରୱାଲ ସାରା ଦେଶରେ ଆରଟିପିସିଆର ପରୀକ୍ଷା ଫି ୪୦୦ ଟଙ୍କା ରଖିବା ଲାଗି ପୂର୍ବରୁ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । ଓଡିଶା ସରକାର ଏହି ପରୀକ୍ଷା ପାଇଁ ୪୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ପରୀକ୍ଷା କିଟ୍ ର ଦାମ ୮୦୦ରୁ ୧୨୦୦ ଟଙ୍କ ମଧ୍ୟରେ ହୋଇଥିବାବେଳେ କେତେକ ହସ୍ପିଟାଲ ଓ ଲାବରେଟୋରି ପରୀକ୍ଷା ବାବଦରେ ୪୫୦୦ ଟଙ୍କା ନେଇଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0