ଭୁବନେଶ୍ୱର: ରାଜ୍ୟରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ୫୧ ପ୍ରତିଶତ ପଜିଟିଭ ରେଟିଂ ସହ ନବୀନ ହୋଇଛନ୍ତି ଏକ ନମ୍ବର। ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ନେଶନ ସର୍ଭେରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବନିଲେ ନବୀନ ପଟ୍ଟନାୟକ। ତେବେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ସଫଳତା କେବଳ ତାଙ୍କର ସ୍ୱଚ୍ଛମନୋଭାବ ଏବଂ ଉତ୍ତମ କାର୍ଯ୍ୟ ପାଇଁ ହିଁ ଲାଭ ହୋଇଛି ଏଭଳି ସଫଳତା। ତାଙ୍କ ସଫଳତା ହେଉଛି ରାଜ୍ୟର ସଫଳତା। ସେଥିପାଇଁ ପୁରା ରାଜ୍ୟରୁ ଶୁଭେଚ୍ଛା ଆସିବାରେ ଲାଗିଛି ଏହି ତାଲିକାରେ ଅରବିନ୍ଦ କେଜ୍ରିୱାଲ ୪୧ ପ୍ରତିଶତରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ଯୋଗୀ ଆଦିତ୍ୟନାଥ ୩୯ ପ୍ରତିଶତରେ ତୃତୀୟ, ମହାରାଷ୍ଟ୍ରରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୩୫ ପ୍ରତିଶତରେ ଚତୁର୍ଥ ଏବଂ ତେଲେଙ୍ଗାନାର କେ ଚନ୍ଦ୍ରଶେଖର ରାଓ ମଧ୍ୟ ୩୫ ପ୍ରତିଶତରେ ପଞ୍ଚମ ସ୍ଥାନରେ ରହିଛନ୍ତି ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0