ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ତାଲିକା ଜାରି କଲା ଜାମ୍ମୁ-କାଶ୍ମୀର ପୋଲିସ । ଏହି ତାଲିକାରେ ୮ଜଣ ଆତଙ୍କବାଦୀଙ୍କ ନାଁ ସହ ଫଟୋ ରହିଛି । ଶ୍ରୀନଗର ଓ ଏହାର ଆଖପାଖ ଅଞ୍ଚଳରେ ଏହି ଆତଙ୍କବାଦୀମାନେ ସକ୍ରିୟ ଅଛନ୍ତି । ଏମାନଙ୍କ ନାଁରେ ପୁରସ୍କାର ରାଶି ଘୋଷଣା କରିଛି ଜମ୍ମୁ–କାଶ୍ମୀର ପୋଲିସ । ତାଲିକାରେ ଥିବା ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ଦେଲେ ସୂଚନା ପ୍ରଦାନକାରୀଙ୍କୁ ପୁରସ୍କାର ଦିଆଯିବ । କାଶ୍ମୀର ଜୋନ୍ ପୋଲିସ ପକ୍ଷରୁ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀଙ୍କ ନାଁ ଫଟୋ ସହ ଜାରି କରାଯାଇଛି । ଓ୍ୱାସିକ୍ କାଦୀର, ଆଦିଲ ମୁସତାକ, ଇରଫାନ୍ ସୋଫି, ସାକିବ ମଞ୍ଜୁର, ବିଲାଲ ଅହମ୍ମଦ ଭଟ୍ଟ, ଇବାଇଦ୍ ସାଫି, ମହମ୍ମଦ ଆବାସ ଶେଖ୍ଙ୍କ ସମେତ ୮ ଜଣ ଆତଙ୍କବାଦୀଙ୍କ ନାଁ ପ୍ରକାଶ କରାଯାଇଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0