ନବରଙ୍ଗପୁର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଆଜି ଠାରୁ ୩ ଦିନ ପାଇଁ ସଟଡ଼ାଉନ ନବରଙ୍ଗପୁର ଜିଲ୍ଳା । ଆଜି ଠାରୁ ସୋମବାର ମଧ୍ୟ ରାତି ଯାଏଁ ବନ୍ଦ ରହିବ ନବରଙ୍ଗପୁର ଜିଲ୍ଳା । ସଟଡାଉନକୁ କଡ଼ାକଡ଼ି ପାଳନ କରିବା ପାଇଁ ପୋଲିସ ଏବଂ ଜିଲ୍ଲାପଶାସନ ସଜାଗ ରହିଛି । ଜିଲ୍ଲାରେ ବର୍ତମାନ ସୁଦ୍ଧା ୩୫୬ଜଣ ଲୋକ ସୁସ୍ଥ ହୋଇଥିବା ବେଳେ ୨୭୦ଜଣ ସୁସ୍ଥ ହୋଇଛନ୍ତି । ୮୫ଜଣ ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ନବରଙ୍ଗପୁର ପୌର ପାଳିକାରୁ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ଏହା ସହ ଉମରକୋଟ ସମେତ ଅନ୍ୟ କିଛି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାକୁ ସଟ ଡ଼ାଉନ ଘୋଷଣା କରାଯାଇଛି ।



Visitors Today : 5
Total Visitors : 130180
Total Views : 9891630
Visitors Online Now : 0