ଭୁବନେଶ୍ୱର: ୨ଦିନିଆ ପ୍ରଚାରରେ ବିଜେଡି ସୁପ୍ରିମୋ । ଉପନିର୍ବାଚନ ଲାଗି ପ୍ରଚାର କରିବେ ନବୀନ । ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ତାରିଖ ପାଖେଇ ଆସୁଥିବାରୁ ଚାଲିଛି ହାଇଭୋଲଟେଜର ପ୍ରଚାର । ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ବହୁ ବରିଷ୍ଠ ନେତା, ରାଜନେତା, ଅଭିନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ନିକଟରେ ବିଜେପି ପାର୍ଥୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପ୍ରଚାର କରୁଥିବା ବେଳେ । ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକ । ଅକ୍ଟୋବର ୨୮ରେ ତିର୍ତ୍ତୋଲରେ ପାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରିବେ । ସେହିପରି ଅକ୍ଟୋବର ୨୯ରେ ବାଲେଶ୍ୱର ସଦର ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ସୂରପ ଦାସଙ୍କ ପାଇଁ ନବୀନ ଡ଼ିଜିଟାଲ ପ୍ରଚାର କରିବେ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0