ପୁରୀ: ପୁଣି ଚର୍ଚ୍ଚାରେ ନାଗା ସାଧୁ। ଶ୍ରୀମନ୍ଦିର ଭିତରେ ପଶି ଜୋର ଜବରଦସ୍ତ ଭାବେ ରୋହିଣୀ କୁଣ୍ତର ପଟ୍ଟା ଖୋଲି ଜଳ ସିଞ୍ଚନ କରିବାକୁ ଉଦ୍ୟମ କରିବାକୁ ଯାଇ ମାଡ ଖାଇଲେ ନାଗା ସାଧୁ। କିନ୍ତୁ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ । ରବିବାର କୋଭିଡ୍ ପାଇଁ ଦୀର୍ଘ ଦିନ ହେବ ବନ୍ଦ ପଡିଥିବା ରୋହିଣୀ କୁଣ୍ତର ପଟ୍ଟା ଖୋଲି ଜଳ ସିଞ୍ଚନ କରିବାକୁ ଉଦ୍ୟମ କରିଥିଲେ ନାଗା ସାଧୁ। ସେଠାରେ ମୁତୟନ ଥିବା ଜେଟିପି ବାରଣ କରିବାରୁ କଥା କଟାକଟି ହୋଇଥିଲା ଏବଂ କଥା ହାତାହାତି ପର୍ୟ୍ୟନ୍ତ ଯାଇଥିଲା। ନାଗା ସାଧୁ ବୈଷ୍ଣବ ତାଙ୍କୁ ସମ୍ପୃକ୍ତ ଜେଟିପି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ଆହତ ନାଗା ସାଧୁଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ମେଡିସିନ୍ ୱାର୍ଡରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0