ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ | ୭୧ ବର୍ଷ ବୟସରେ ପଦାର୍ପଣ କଲେ ମୋଦି | ନୂତନ ଭାରତର ବିଶ୍ୱକର୍ମା ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି | ରାଷ୍ଟ୍ରପତି କୋବିନ୍ଦ ଟ୍ୱିଟ କରି କହିଛନ୍ତି ଯେ ଜନ୍ମଦିନର ଶୁଭେଚ୍ଛା ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା। ମୁଁ ଆପଣଙ୍କୁ ସ୍ବାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରୁଛି । ଗୃହମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ତାଙ୍କୁ ଜ୍ମନଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ତାଙ୍କୁ ଜନ୍ମଦିବସର ଅଭିନନ୍ଦନ ଜଣାଇବା ସହିତ ନରେନ୍ଦ୍ର ମୋଦୀ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିକାଶ ତଥା ଉତ୍ତମ ଶାସନ କ୍ଷେତ୍ରରେ ଅନେକ ନୂତନ ଅଧ୍ୟାୟ ଲେଖିଛନ୍ତି ଏବଂ ଭାରତକୁ ଏକ ଶକ୍ତିଶାଳୀ, ସମୃଦ୍ଧ ତଥା ଗର୍ବିତ ଦେଶ କରିବାର ସ୍ୱପ୍ନକୁ ପୂରଣ କରିବେ ବୋଲି ସେ ଚାହୁଁଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0