୨୦୨୦ରେ ନବରାତ୍ରୀ ଉତ୍ସବ ପିତୃପକ୍ଷ ପରେ ଆରମ୍ଭ ହୋଇପାରିଲା ନାହିଁ । ଏହି ବର୍ଷ ଅଧିମାସ ପଡ଼ିବା ଯୋଗୁଁ ନବରାତ୍ରୀ ଅକ୍ଟୋବର ୧୭ରୁ ଆରମ୍ଭ ହେବ । ପ୍ରତି ବର୍ଷ ଶ୍ରାଦ୍ଧ ଶେଷ ହେବା ପରଦିନ ନବରାତ୍ରୀ ତିଥି ଆରମ୍ଭ ହୋଇଥାଏ । କଳସ ସ୍ଥାପନା କରାଯାଇଥାଏ । କିନ୍ତୁ ଏହି ବର୍ଷ ପିତୃପକ୍ଷ ସମାପ୍ତ ହେବା ପରେ ଅଧିମାସ ଆରମ୍ଭ ହେଉଛି । ଅଧିମାସ ଲାଗିବା କାରଣରୁ ନବରାତ୍ରୀ ତିଥି ୨୦ରୁ ୨୫ ଦିନ ଆଗକୁ ଗଡ଼ିଯାଇଛି । ଚାଲନ୍ତୁ ଜାଣିବା ଅଧିମାସ କାରଣରୁ ନବରାତ୍ରୀରେ କ’ଣ ପରରିବର୍ତ୍ତନ ହୋଇଛି ।
ପାଞ୍ଜି ଅନୁସାରେ ଆଶ୍ୱିନ ମାସ ଅମାବାସ୍ୟା ତିଥି ବା ପିତୃ ଅମାବାସ୍ୟା ଦିନ ମହାଳୟା ପାଳନ କରାଯାଇଥାଏ । ମହାଳୟା ଅମାବାସ୍ୟା ପରେ ଶାରଦୀୟ ନବରାତ୍ରି ଆରମ୍ଭ ହୋଇଥାଏ । କିନ୍ତୁ ଏଥର ସ୍ଥିତି ଭିନ୍ନ । ମହାଳୟାରେ ମା’ ଦୁର୍ଗାଙ୍କୁ ପୃଥିବୀକୁ ଅବତରଣ କରିବାକୁ ପ୍ରାର୍ଥନା କରାଯାଇଥାଏ । ୨୦୨୦ ସେପ୍ଟେମ୍ବର ୧୭ ତାରିଖରେ ଏଥର ଶ୍ରାଦ୍ଧ ଶେଷ ହେଉଛି । ତେଣୁ ଏଥର ଅକ୍ଟୋବର ୧୭ରୁ ନବରାତ୍ରୀ ଆରମ୍ଭ ହେବ ।

ମଳମାସ ଚାଲିଥିବା ସମୟରେ କୌଣସି ପ୍ରକାରର ଶୁଭକାର୍ଯ୍ୟ କରିବାକୁ ମନା ହୋଇଥାଏ । କିନ୍ତୁ ନବରାତ୍ରୀ ପର୍ବ ସହ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରାଯିବ । ନବରାତ୍ରୀ ଶୁଭାରମ୍ଭ ସହିତ ନୂଆ ବସ୍ତୁ କ୍ରୟ, ମୁଣ୍ଡନ କାର୍ଯ୍ୟ, ଗୃହ ପ୍ରବେଶ ଆଦି କାର୍ଯ୍ୟ କରାଯିବ । କିନ୍ତୁ ବିବାହ ଆଦି କାର୍ଯ୍ୟ ଦେବୋତ୍ଥାନ ଏକାଦଶୀ ପରେ କରାଯିବ । ଏଥର ଦୀପାବଳୀ ନଭେମ୍ବର ୧୪ ତାରିଖରେ ପାଳନ କରାଯିବ ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0