spot_img

ରାଜଧାନୀର କୁଖ୍ୟାତ ଅପରାଧୀ ଶୋଭରାଜ ମହାରଣା ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ରିଙ୍କୁ ସ୍ୱାଇଁ ହତ୍ୟା କାଣ୍ଡ ମାମଲା ରେ ୫ ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ ।
୨୦୧୯ ସାଲିଆ ସାହି ସୁନାମି ବ୍ଲକ ଆଗରେ ହୋଇଥିଲା ବୋମାମାଡ଼ । ବୋମାମାଡ଼ରେ ରିଙ୍କୁ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିଲା ।
ଏହି ଘଟଣାର କୁଖ୍ୟାତ ଅପରାଧୀ ଶୋଭରାଜ ମହାରଣା ସମେତ ୫ଗିରଫ ହୋଇଛନ୍ତିି ।ଗିରଫ ହେବା ପରେ ସେମାନଙ୍କ ଠାରୁ ଟଏଗନ୍ ଓ ବାଇକ୍ ଜବତ କରିଛି ପୋଲିସ ।

ଅଭିଯୁକ୍ତ ମାନେ ହେଲେ ଶୋଭରାଜ ମହାରଣା ,ଅଚ୍ୟୁତାନ୍ଦନ୍ଦ ଦାସ,ଗଣେଶ ବେହେରା, ସୌମ୍ୟରଞ୍ଜନ ମହାପାତ୍ର ଓ ବଳରାମ ବାରକ । ଏମାନେ ସମସ୍ତେ ରାଜଧାନୀ ସାଲିଆ ସାହିର । ଏମାନେ ରାଜଧାନୀରେ ଲୁଟ ଉଦ୍ୟମ କରୁଥିବା ବେଳେ ନୟାପଲ୍ଲୀ ପୁଲିସ ହାତରେ ଧରାପଡ଼ିବା ଜଣାଯାଇଛି । ଶୋଭରାଜଙ୍କ ନାଁ ରେ ପୂର୍ବରୁ ଲୁଟ, ଗୋଳିମାଡ଼,ହତ୍ୟା, ଓ ବୋମାମାଡ଼ ଆଦି ମାମଲା ରହିଛି । ଗତ ବର୍ଷ ରିଙ୍କୁ ସ୍ୱାଇଁଙ୍କୁ ହତ୍ୟା କରି ଅଭିଯୁକ୍ତ ଶୋଭରାଜ ଫେରାର ଥିଲେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular