ନୂଆଦିଲ୍ଲୀ: ବଲିଉଡ ଅଭିନେତା ଋଷି କପୁରଙ୍କ ଦେହାନ୍ତକୁ ୧ ବର୍ଷ ବିତିଗଲାଣି କିନ୍ତୁ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ନୀତୁ କପୁର ତାଙ୍କୁ ବହୁତ ମନେ ପକଉଛନ୍ତି । ଆଜି ଋଷି କପୁରଙ୍କ ଜନ୍ମଦିନ, ଏହି ଅବସରରେ ତାଙ୍କ ପତ୍ନୀ ନୀତୁ କପୁର ତାଙ୍କୁ ମନେପକାଇ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଏହି ପୋଷ୍ଟକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ପୂର୍ବରୁ ପୁରୁଣା ଛୁଟି ସମୟରେ ଋଷି କପୁରଙ୍କ ସହ ବିତେଇଥିବା ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହା ସହିତ ବଲିଉଡର ସେଲିବ୍ରେଟି ଏବଂ ସେମାନଙ୍କ ପ୍ରଶଂସକମାନେ ମଧ୍ୟ ସେମାନଙ୍କୁ ମନେ ପକାଇ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି ।
ନିତୁ ଏହି ପୋଷ୍ଟକୁ ଇନଷ୍ଟାଗ୍ରାମରେ ସେୟାର କରିବା ସହିତ ସେ ଏକ ଭାବପ୍ରବଣ ନୋଟ୍ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି ‘NYC ରେ ମୋର ଗତ କିଛି ଯନ୍ତ୍ରଣାଦାୟକ ସମୟ ଥିଲା । ସେହି ସମୟରେ ମୁଁ ଋଷି ଜୀଙ୍କ ଠାରୁ ବହୁତ କିଛି ଶିଖିବାକୁ ପାଇଲି ।
ଆମେ ଏକାଠି ସପିଂ କଲୁ, ହସିଲୁ, କେମୋଥେରାପିରେ ସେ ଭଲ ହୋଇଯିବେ ବୋଲି ଆଶା କରି କିଛି ଆଶ୍ଚର୍ଯ୍ୟଜନକ ମୁହୂର୍ତ୍ତ ଅନୁଭବ କରିଥିଲୁ ।ଏହି ଆଶା ସେହି ସମୟରେ ମୋତେ ଶକ୍ତିଶାଳୀ କରେଇଥିଲା । ଏହା ସହିତ ନିତୁ ଲେଖିଛନ୍ତି ଯେ ଆମେ ସମସ୍ତେ ତାଙ୍କୁ ମନେପକାଉଛୁ । ମୁଁ କଳ୍ପନା କରିପାରୁଛି ଯେ ସେ ତାଙ୍କର ୬୯ତମ ଜନ୍ମଦିନ ପାଇଁ କେତେ ଉତ୍ସାହିତ ହୋଇଥାନ୍ତେ। ଜନ୍ମ ଦିନର ଅନେକ ଶୁଭେଚ୍ଛା କପୁର ସାହାବ୍ ବୋଲି ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ।
ନୀତୁ କପୁର ଶେଷ ଥର ପାଇଁ ୨୦୧୩ରେ ଫିଲ୍ମ ‘ବେସରାମ’ରେ ଋଷି କପୁର ଏବଂ ରଣବୀର କପୁରଙ୍କ ସହ ନଜର ଆସିଥିଲେ। ଏଥି ସହିତ ସେ ବର୍ତ୍ତମାନ ରାଜ ମେହେଟ୍ଟାଙ୍କ ଆଗାମୀ ଫିଲ୍ମ ‘ଜଗ୍ ଜଗ୍ ଜିଓ’ରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଅନିଲ କପୁର ଏବଂ ବରୁଣ ଧୱନ ଏବଂ କିଆରା ଆଡଭାନୀ ନଜର ଆସିବେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0