spot_img

କରୋନାରୁ କେବେ ବି ମିଳିବନି ମୁକ୍ତି : ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ବିଶ୍ବରେ କରୋନା ମହାମାରୀର ପ୍ରକୋପ ଏବେ ବି କମିନି। ସବୁ ଦେଶ ଏହା ବିରୁଦ୍ଧରେ ଲଢେଇ ଜାରି ରଖିଛନ୍ତି । ଟିକାକରଣକୁ ଗୁରତର ସହ ନେଉଛନ୍ତି । ଏପରିକି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବୁଷ୍ଟର ଡୋଜ ଉପରେ ଗୁରୁତ୍ବ ଦେଇଛନ୍ତି । ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜାସିଣ୍ଡା ଅର୍ଡନ ଅନ୍ୟ ଦେଶ ଭଳି ସ୍ବୀକାର କରିଛନ୍ତି କି ଏହି ମହାମାରୀରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ମିଳିବନି । ପ୍ରଧାନମନ୍ତ୍ରୀ ଜାସିଣ୍ଡା ଅକଲ୍ୟାଣ୍ଡରେ ଲାଗିଥିବା ଲକଡାଉନ ବିଷୟରେ ଢିଲା କରିବା ଘୋଷଣା କରିବାକୁ ଯାଇ କହିଛନ୍ତି କି ଏହି ମହାମାରୀର ଆରମ୍ଭରୁ ନ୍ୟୁଜିଲାଣ୍ଡ କଡ଼ା ଲକଡାଉନ ଲାଗୁ କରିଥିଲା। ଅନ୍ୟ କଡ଼ା ପଦକ୍ଷେପ ଉଠାଉ ଭାଇରସକୁ ସମ୍ପୂର୍ଣ୍ଣ ଭାବେ କାବୁ କରିବାକୁ ପ୍ରୟାସ ଜାରି ରଖିଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଏବେ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡର ଏହି ରଣନୀତି ୫୦ଲକ୍ଷ ଜନସଂଖ୍ୟା ଥିବା ଦେଶ ଲାଗି ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲା। ଦେଶରେ ସଂକ୍ରମଣରେ ୨୭ଲୋକଙ୍କ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular