ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ନେଇ ବଡ ବୟାନ ଦେଇଛନ୍ତି କେନ୍ଦ୍ର ସରକାର । ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଦୀର୍ଘଦିନ ଧରି ଦିଲ୍ଲୀ ରାଜରାସ୍ତାରେ ଧାରଣାରତ କୃଷକମାନଙ୍କୁ ଝଟକା ଲାଗିଛି ।ବିଜ୍ଞାନ ଭବନରେ ଅନୁଷ୍ଠିତ ଏହି ବୈଠକରେ, ନୂଆ କୃଷି ଆଇନକୁ କୌଣସି ପରିସ୍ଥିତିରେ ମଧ୍ୟ ପ୍ରତ୍ୟାହାର କରିବା ପାଇଁ ମନା କରିଦେଇଛନ୍ତି କେନ୍ଦ୍ର ସରକାର । ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ପିୟୁଷ ଗୋୟଲ ଉପସ୍ଥିତ ଥିଲେ । ଚାଷୀମାନଙ୍କ ସହ ଆଲୋଚନା କାଳରେ କୃଷି ମନ୍ତ୍ରୀ କହିଛନ୍ତି, ଏହି ଆଇନ ସାରା ଦେଶ ପାଇଁ ଲାଗୁ ହୋଇଛି ନା କି ନିର୍ଦ୍ଧିଷ୍ଟ କେଉଁ ରାଜ୍ୟ ପାଇଁ । ଦେଶର ଚାଷୀମାନେ ଏହି ନୂଆ ଆଇନକୁ ଭରପୁର ସମର୍ଥନ କରୁଛନ୍ତି ।ଏହା ସହ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚାଷୀ ନେତାମାନଙ୍କୁ ଦେଶର ହିତ ପାଇଁ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ନିବେଦନ କରିଛନ୍ତି । ତେବେ ସରକାରଙ୍କ ସହ ଆଲୋଚନା ବେଳେ ଚାଷୀନେତାମାନେ କହିଥିଲେ ଯେ, କୃଷି ଆଇନକୁ ପ୍ରତ୍ୟାହାର କରାଯାଉ । ଏହା ଛଡା ଆଉ କୌଣସି କଥା ଶୁଣିବୁ ନାହିଁ । ଏହାର ଜବାବରେ ସରକାର ରୋକଠୋକ ଭାବେ ନୂଆ କୃଷି ଆଇନ ପ୍ରତ୍ୟାହାର କରାଯିବା ନାହିଁ ବୋଲି କହିଥିଲେ ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0