ସାରା ବିଶ୍ୱରେ ତାଣ୍ଡବ ରଚିଛି ମହାମାରୀ କରୋନା । ଏହି କଠିନ ସମୟ ଭିତରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । କରୋନା ଭୂତାଣୁ ତା’ର ଆକୃତିରେ ପରିବର୍ତ୍ତନ କରୁଛି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି । ବୈଜ୍ଞାନିକଙ୍କ କହିବାନୁସାରେ ଭାଇରସର ଏହି ନୂଆ ରୂପ ମାସ୍କ ଓ ସାମାଜିକ ଦୂରତାକୁ ମଧ୍ୟ ମାତ୍ ଦେବାରେ ସକ୍ଷମ । ୱାଶିଂଟନ ପୋଷ୍ଟର ରିପୋର୍ଟ ଅନୁସାରେ ଏଯାବତ ସବୁଠାରୁ ବଡ଼ ଆନ୍ୁବଂଶିକ ଅଧ୍ୟୟନରୁ ଜଣାପଡ଼ିଛି କି ଆମେରିକାର ଟେକ୍ସାସର ହ୍ୟୁଷ୍ଟନରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ୯୯.୯ ପ୍ରତିଶତ ଆକ୍ରାନ୍ତ କରୋନାର ନୂଆ ‘ଡି୬୧୪ଜି’ ପ୍ରଜାତିର । କରୋନା ଭାଇରସର ନୂଆ ପ୍ରଜାତି ବର୍ତ୍ତମାନ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହି ପ୍ରଜାତି ବିଷୟରେ ଆଗରୁ ସୂଚନା ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ପ୍ରଜାତି ସମ୍ପର୍କରେ ସବିଶେଷ ବିବରଣୀ ଦିଆଯାଇଛି । ଏହାକୁ ଅଧିକ ସଂକ୍ରାମକ ଓ ତୁଳନାତ୍ମକ ରୂପେ କମ୍ ପ୍ରାଣଘାତୀ କୁହାଯାଇଛି । ରିସର୍ଚ୍ଚ କହିବାନୁସାରେ ଏହା ପରିବର୍ତ୍ତିତ ପରିସ୍ଥିତି ଅନୁସାରେ ନିଜକୁ ବଦଳାଇ ଦେଇଛି । ସେ ସାମାଜିକ ଦୂରତା, ହାତଧୂଆ, ମାସ୍କକୁ ମଧ୍ୟ ମାତ୍ ଦେଇପାରିବ । ଅଧ୍ୟୟନରେ କୁହାଯାଇଛି ଯେ କରୋନାର ନୂଆ ପ୍ରଜାତି ସ୍ପାଇକ ପ୍ରୋଟିନ୍ ସଂରଚନାରେ ପରିବର୍ତ୍ତନ କରିଥାଏ । ରିସର୍ଚ୍ଚରେ ପ୍ରାୟ ୫.୦୮୫ ସିକ୍ୱେନ୍ସର ଅଧ୍ୟୟନ କରିଛି । ମାର୍ଚ୍ଚରେ ୭୧ ପ୍ରତିଶତ ମାମଲା ସାମ୍ନାକୁ ଆସିଥିବା ବେଳେ ମଇରେ ଏହା ବୃଦ୍ଧି ପାଇ ୯୯.୯ ପ୍ରତିଶତରେ ପହଞ୍ଚିଥିଲା । ଆମେରିକାର ଚିକାଗୋ ଓ ଟେକ୍ସାସ ବିଶ୍ୱବିଦ୍ୟାଳୟର ଟିମ୍ କହିଛନ୍ତିି କି ଏହି ନୂଆ ପ୍ରଜାତିରେ ସଂକ୍ରମିତ ଲୋକଙ୍କ ଉପରେ ଭାଇରସର ଚାପ ଅତ୍ୟଧିକ ଥାଏ । ତେଣୁ ଏହା ଅଧିକ ସଂକ୍ରମଣ ବଢ଼ାଇବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0