ଭାରତରେ ସାମସଙ୍ଗ ମୋବାଇଲ କମ୍ପାନୀ ଏକ ନୂଆ ବ୍ୟାଟେରି ଚାଳିତ ଫୋନ୍ ଲଞ୍ଚ କରିବାକୁ ଯାଉଛି । ଏହି ଫୋନଟିରେ ୭,୦୦୦ ପାୱାର କ୍ଷମତା ବିଶିଷ୍ଟ ବ୍ୟାଟେରି ଅଛି । ଏହା ସେପ୍ଟେମ୍ବର ୧୦ ଦ୍ୱିପ୍ରହର ୧୨ଟା ସୁଦ୍ଧା ଲଞ୍ଚ କରାଯିବାକୁ ଯୋଜନା ରହିଛି । କମ୍ପାନୀ ପୂର୍ବରୁ ଏହାର ଟିଜର ଜାରି କରିଦେଇଛି । ଏହାର ଡିସପ୍ଲେରେ ପଞ୍ଚହୋଲ ମଧ୍ୟ ଦିଆଯାଇଛି । ସାମସଙ୍ଗ ଗ୍ୟାଲାକ୍ସି ଏମ ୫୧ ପାଇଁ ଆମାଜନ ଇଣ୍ଡିଆରେ ପ୍ରସ୍ତୁତ ମାଇକ୍ରୋସଫ୍ଟ୍ରେ ଏହାର ବିବରଣୀ ଉପଲବ୍ଧ । ଏହି ଫୋନ ରିୟର ଡିଜାଇନ୍ ଗ୍ୟାଲାକ୍ସି ଏମ୍ ସିରିଜ ପରି । ଏଥିରେ ୬.୭ ଇଞ୍ଚଫୁଲ ଏଚଡି ପ୍ଲସ ସୁପର ଏମୋଲେଡ୍ ଡିସପ୍ଲେ , ୬ ଜିବି ର୍ୟାମ ସହ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ ସୁବିଧା ଅଛି । ଆହୁରି ମଧ୍ୟ ଚାରୋଟି ରିୟର କ୍ୟାମେରା, ପ୍ରାଇମେରି ଲେନ୍ସ ୬୪ ମେମୋଗିକ୍ସଲ, ୧୨ ମେଗାପିକ୍ସେଲ ୱାଇଡ ଆଙ୍ଗଲ ଲେନ୍ସ ଅଛି । ଏଥି ସହିତ ୫ ମେଗାପିକ୍ସେଲ ଡେପଥ ସେନ୍ସର ଓ ୫ ମେଗାପିକ୍ସେଲ ମାଇକ୍ରୋ ଲେନ୍ସ ଦିଆଯାଇଛି । ସେଲଫି ପାଇଁ ୩୨ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ମଧ୍ୟ ଅଛି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0