spot_img

ସାଧାରଣତନ୍ତ୍ର ଦିବସରେ ବୃଦ୍ଧବୃଦ୍ଧାଙ୍କୁ ସମ୍ବର୍ଦ୍ଧନା

କେନ୍ଦୁଝର: ବୃଦ୍ଧ ଏବଂ ବୃଦ୍ଧାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରି ପାଳନ ହୋଇଛି ସାଧାରଣତନ୍ତ୍ର ଦିବସ । କେନ୍ଦୁଝରରେ ଏହି ନିଆରା ଢଙ୍ଗର ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଦେଖିବାକୁ ମିଳିଥିଲା । ଘଷିପୁରା ବ୍ଲକର ରାଇତଳା ବାବା ରାମେଶ୍ୱର ୟୁଥ କ୍ଲବର ଯୁବକମାନଙ୍କ ଦ୍ୱାରା ଏହା ଆୟୋଜନ କରାଯାଇଥିଲା । ପତାକା ଉତ୍ତଳନ ପରେ ଗ୍ରାମର ବୟସ୍କା ବୃଦ୍ଧ ଓ ବୃଦ୍ଧା ଲୋକମାନଙ୍କୁ କମ୍ବଳ ପ୍ରଦାନ କରିବା ସହିତ ମିଠା ବାଣ୍ଟିଥିଲେ କ୍ଲବର ଯୁବକ ମାନେ । ପରେ ସେମାନଙ୍କଠାରୁ ଆଶିର୍ବାଦ ନେଇ ଯୁବକ ମାନେ ନିଜର ଖୁସିବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular