ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ରାଜ୍ୟରେ କିଛି ସ୍ଥାନରେ ଝଡତୋଫାନ ହୋଇପାରେ । ବିଜୁଳି, ଘଡଘହି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ଝଡତୋଫାନ ଯୋଗୁଁ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ତିନି ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୬ ତାରିଖରେ ଦକ୍ଷିଣ ଓଡିଶାର ମାଲକାନଗିରି, କୋରାପୁଟ, ଗଜପତି, ନବରଙ୍ଗପୁର, ଆଦି ଜିଲ୍ଲାରେ ଝଡତୋଫାନ ହୋବାର ଆଶଙ୍କା ରହିଛି । ୭ ତାରିଖ ଦିନ ମଧ୍ୟ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡା, ସମ୍ବଲପୁର, ଖୋର୍ଦ୍ଧା ନୟାଗଡ, କଟକ, ଗଞ୍ଜାମ, କନ୍ଧମାଳ, ଓ ବାଲେଶ୍ୱର ଜିଲ୍ଲାର କେତେକେ ସ୍ଥାନରେ ଝଡତୋଫାନ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ୮ ତାରିଖ ଦିନ ଝଡତୋଫାନର ପ୍ରଭାବ ଅଧିକ ରହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଆଦି ଜିଲ୍ଲାରେ ବିଜୁଳି ଘଡଘଡି ସହ ଝଡ ବର୍ଷା ହୋଇପାରେ । ଏଣୁ କେନ୍ଦ୍ର ପକ୍ଷରୁ ଏହି ତିନି ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0