ନୂଆଦିଲ୍ଲୀ: ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଶନିବାର ସକାଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ଏନଆଇଏ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଓ କେରଳର ଏର୍ଣ୍ଣାକୁଲମ୍ର କେତେକ ସ୍ଥାନରେ ଚଢ଼ାଉ କରିଥିଲା । ପାକିସ୍ତାନ ଅଲକାଏଦା ସହ ଜଡ଼ିତ ୯ ଆତଙ୍କବାଦୀଙ୍କୁ ଏନଆଇଏ ଗିରଫ କରିଛି । ପଶ୍ଚିମବଙ୍ଗରୁ ୬ ଜଣ ଓ କେରଳରୁ ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏମାନଙ୍କ ପାଖରୁ ଡିଜିଟାଲ ଉପକରଣ, ଦସ୍ତାବିଜ, ଜିହାଦୀ ସାହିତ୍ୟ, ଧାରୁଆ ଅସ୍ତ୍ର, ଦେଶୀ ହତିଆର, ଘରେ ବିସ୍ଫୋଟକ ସାମଗ୍ରୀ ପ୍ରସ୍ତୁତ କରିବା କାଗଜପତ୍ର ସହ ବହୁ ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରାଯାଇଛି ।
ସୂଚନା ଅନୁସାରେ, ଏନଆଇଏକୁ ପଶ୍ଚିମବଙ୍ଗ ଓ କେରଳ ସମେତ ଦେଶର ବିଭିନ୍ନ ଭାଗରେ ଅଲକାଏଦାର ଅନ୍ତରାଜ୍ୟ ମଡ୍ୟୁଲ ସମ୍ପର୍କରେ ସୂଚନା ମିଳିଥିଲା । ଏହି ଗ୍ରୁପ୍ ନିର୍ଦ୍ଦୋଶ ଲୋକମାନଙ୍କର ଜୀବନ ନେବା ପାଇଁ ଭାରତର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଆକ୍ରମଣ କରିବାକୁ ଯୋଜନା କରୁଥିଲେ । ଏହି ଆତଙ୍କବାଦୀମାନଙ୍କୁ ପଚରାଉଚରା ପାଇଁ କେରଳ ଓ ପଶ୍ଚିମବଙ୍ଗର କୋର୍ଟରେ ପେଶ କରାଯିବ । ଗିରଫ ଆତଙ୍କବାଦୀଙ୍କ ନାମ ହେଉଛି, ମୁର୍ଶିଦ ହସନ, ୟାକୁଲ ବିଶ୍ୱାସ, ମୋର୍ଶଫ ହୁସେନ, ନଜମୁଶ ସାକିବ, ଅବୁ ସୁଫିଆନ, ମୈନୁଲ ମଣ୍ଡଳ, ଲିୟୁ ଇନ ଅହମ୍ମଦ, ଅଲ ମାମୁନ କମାଲ ଓ ଅତିତୁର ରେହମାନ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0