spot_img

୪ ଜିଲ୍ଲାରେ ଜାନୁଆରୀ ୩୧ ଯାଏଁ ନାଇଟ କର୍ଫ୍ୟୁ,ରାତିରେ ଚାଲିପାରିବ ବସ୍

ସିମଲା: ହିମାଚଳ ପ୍ରଦେଶ ସରକାର କରୋନା ମାମଲାକୁ ନଜରରେ ରଖି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ୪ ଜିଲ୍ଲାରେ ନାଇଟ କର୍ଫ୍ୟୁକୁ ଜାନୁଆରୀ ୩୧ ଯାଏଁ ବୃଦ୍ଧି କରାଯାଇଛି । ରାଜ୍ୟର ସିମଲା, କାଙ୍ଗଡା, ମଣ୍ଡି ଓ କୁଲୁରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ଏହି କଟକଣା ଜାନୁଆରୀ ୩୧ ଯାଏଁ ଲାଗୁ ହେବ । ଏବେବି ରାଜ୍ୟରେ ଚଳାଚଳ କରୁଥିବା ବସରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ଅନୁମତି ରହିଛି । ଏନେଇ ରାଜ୍ୟ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜାନୁଆରୀ ୨ରେ ପଡୁଥିବା ଶନିବାର ଦିନ ପ୍ରଥମ ଶ୍ରେଣୀରୁ ଚତୁର୍ଥ ଶ୍ରେଣୀର କର୍ମଚାରୀ ଓ୍ୱାର୍କ ଫ୍ରମ ହୋମ କରିବେ । ଏହାପରେ ଆସନ୍ତା ସପ୍ତାହରେ ମାସର ଦ୍ୱିତୀୟ ଶନିବାରକୁ ଛାଡି ପ୍ରତି ଶନିବାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସ ଆସିବାକୁ ହେବ । ଏହାସହ କୌଣସି ସାର୍ବଜନିକ ଓ ଘରୋଇ କାର୍ୟ୍ୟରେ ସର୍ବାଧିକ ୫୦ଜଣ ଅତିଥିଙ୍କୁ ଅନୁମତି ମିଳିବ ।ଏହାସହ ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ଆହୁରି ମଧ୍ୟ କୌଣସି କାର୍ୟ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନର ଅନୁମତି ଆବଶ୍ୟକ । ରାତ୍ରୀ କର୍ଫ୍ୟୁରେ ବସ ଚଳାଚଳ କରିବ ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular