ନୀଳାଚଳ ଇସ୍ପାତ କର୍ମଚାରୀଙ୍କୁ ମିଳିଲା ୨୦ କୋଟି ଟଙ୍କା । କାରଖାନା ବନ୍ଦ ହେବା ଯୋଗୁଁ ଜୀବିକା ହରାଇଥିବା କର୍ମଚାରୀଙ୍କ ମଧ୍ୟରୁ ୯୬୪ ଜଣଙ୍କୁ ମିଳିଛି ନିଯୁକ୍ତି । ଛତିଶଗଡର ନୂଆ ଇସ୍ଫାତ କାରଖାନାରେ ସେମାନଙ୍କୁ ନିଯୁକ୍ତି ଦିଆଯାଇଛି । ଚଳିତମାସରୁ ଏହି କର୍ମଚାରୀମାନେ ସେଠାରେ ନିଯୁକ୍ତି ପାଇବେ । ଏହି ଖବର ପ୍ରଚାର ହେବା ପରେ ୧୦ ମାସ ଧରି ଦରମା ପାଇନଥିବା କର୍ମଚାରୀଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଛି । ଯାଜପୁରର କଳିଙ୍ଗନଗରସ୍ଥିତ ଦ୍ୱିତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ଅଚଳ ହୋଇଯିବା ପରେ ପ୍ରାୟ ୪ ହଜାର କର୍ମଚାରୀ ଓ ଶ୍ରମିକ ଜୀବିକା ହରାଇଥିଲେ । ସେମାନଙ୍କୁ ୧୦ ମାସ ହେଲା ଦରମା ମିଳିନଥିଲା । କିଛି ଦିନ ତଳେ ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସ୍ତକ୍ଷେପ କରିବାକୁ ଦାବି ହୋଇଥିଲା । ୧୯୮୨ରେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏହି କମ୍ପାନୀ ନିର୍ମାଣ ପାଇଁ ଘୋଷଣା କରିଥିଲେ । ତାର ୧୧ ବର୍ଷ ପରେ ଏହି କାରଖାନା ନିର୍ମାଣ କରାଯାଇଥିଲା । ୨୦୦୨ରୁ କାରଖାନାରୁ ଉତ୍ପାଦନ ଆରମ୍ଭ ହୋଇଥିଲା । ମାତ୍ର ୨୦୧୧-୧୨ ଯାଏଁ ଲାଭରେ ଚାଲୁଥିବା ଏହି ଉଦ୍ୟୋଗ ଏହାପରଠାରୁ କ୍ରମାଗତ କ୍ଷତିରେ ଚାଲୁଥିଲା ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0