ମୁମ୍ବାଇ: ଗୁଜବ ବି କେତେ ଅଜବ ହୋଇଥାଏ । କାହାର ଅସୁସ୍ଥ ଅବସ୍ଥାକୁ ମୃତ୍ୟୁର ଗୁଜବ କରିବା କେତେ ଯଥାର୍ଥ ? କିଛି ଦିନ ତଳେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ହୋଇଯାଇଥିବା ନେଇ ମିଛ ଖବର ପ୍ରଚାର ହୋଇଥିଲା , ଯାହା ଗୁଜବ ବୋଲି ତାଙ୍କ ପୁଅ ଅଭିଜିତ୍ ସ୍ପଷ୍ଟ କରିଥିଲେ । ଏବେ ବଲିଉଡ ଫିଲ୍ମ ‘ଦୃଶ୍ୟମ’, ‘ ଫୋର୍ସ’ ପରି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ନିର୍ଦ୍ଦେଶକ ନିଶିକାନ୍ତ କାମାତଙ୍କ ପରଲୋକ ହୋଇଯାଇଥିବା ମିଛ ଖବର ପ୍ରଚାର ହେବାରେ ଲାଗିଛି । ଲିଭର ସିରୋସିସ୍ ସମସ୍ୟା ପାଇଁ ହାଇଦ୍ରାବାଦରେ ତାଙ୍କର ଚିକିତ୍ସା ଚାଲିଥିଲା ଏବଂ ସେ ମାତ୍ର ୫୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ଏବେ ବଲିଉଡ୍ ଅଭିନେତା ରିତେଶ ଦେଶମୁଖ ଖବରଟି ଗୁଜବ ବୋଲି ଟ୍ୱିଟ କରି ସୂଚନା ଦେଇଛନ୍ତି । ନିଶିକାନ୍ତ ବର୍ତ୍ତମାନ ଭେଣ୍ଟିଲେଟର ସହାୟତାରେ ଅଛନ୍ତି ଏବଂ ଜୀବିତ ଅଛନ୍ତି ବୋଲି କହିଛନ୍ତି ଅଭିନେତା ରିତେଶ ଦେଶମୁଖ ।
Nishikant kamat is on ventilator support. He is still alive & fighting. Let’s pray for him.
— Riteish Deshmukh (@Riteishd) August 17, 2020



Visitors Today : 2
Total Visitors : 130168
Total Views : 9891614
Visitors Online Now : 0