ଭୁବନେଶ୍ୱର: ଇଞ୍ଜିନିୟରିଂ ଆଡମିଶନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଦେବାକୁ ପଡ଼ିବନି ଔଋଋ। ଅର୍ଥାତ୍ ଚଳିତ ବର୍ଷ ବିନା ଏଣ୍ଟ୍ରାନ୍ସ ବା ଜେଇଇରେ ଇଞ୍ଜିନିୟରିଂ ଆଡମିଶନ କରିହେବ। ଏ ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କରୋନାକୁ ଆଖି ଆଗରେ ରଖି ଅଲ ଇଣ୍ଡିଆ କାଉନସିଲ ଅଫ ଟେକ୍ନିକାଲ ଏଜୁକେସନ ଚଳିତ ବର୍ଷ ଏଣ୍ଟ୍ରି ଲେଭଲ କ୍ୱାଲିଫିକେସନ ସ୍ଥିର କରିଛି। ଏହି ମାନଦଣ୍ଡ ଅନୁଯାୟୀ ଯୁକ୍ତ ଦୁଇରେ ମାଥମେଟିକ୍ସ, ଫିଜିକ୍ସ ଓ କେମିଷ୍ଟ୍ରି ବିଷୟ ଥିବା ବାଧ୍ୟତାମୂଳକ ହେବ। ଏହି ତିନି ବିଷୟରେ ୪୫ ପ୍ରତିଶତ ମାର୍କ ରଖିଥିଲେ ଛାତ୍ରଛାତ୍ରୀ ବିନା ଜେଇଇରେ ବି ଯେକୌଣସି ଇଞ୍ଜିନିୟରିଂ କଲେଜରେ ଆଡମିଶନ ନେଇପାରିବେ। ଆଉ ଏହାକୁ ଆଧାର କରି ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ, ଓପେକା ହାଇକୋର୍ଟରେ ଏକ ରିଟ ପିଟିସନ ଦାଖଲ କରିଥିଲା। ଏହି ପିଟିସନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ପକ୍ଷଭୁକ୍ତ କରାଯାଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ ଓପେକା ସପକ୍ଷରେ ରାୟ ଦେଇଛନ୍ତି। ଅର୍ଥାତ ଯେଉଁମାନେ ଔଋଋ ବା ଙଔଋଋ ଦେଇନଥିବେ ସେମାନେ ବି ଇଞ୍ଜିନିୟରିଂ ପଢିପାରିବେ। ଏହାଦ୍ୱାରା ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ କଲେଜରେ ନାମ ଲେଖାଇ ପାରିବେ ବୋଲି ଆଶା ରଖି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ଚିଠି ଲେଖିଛି ଓପେକା। ଏହି ନିଷ୍ପତ୍ତିରେ ଛାତ୍ରଛାତ୍ରୀମାନେ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0