ନୂଆଦିଲ୍ଲୀ: କିଛିଦିନର ବ୍ୟବଧାନ ପରେ ସୁପ୍ରିମକୋର୍ଟ ଲୋନ ମୋରାଟୋରିୟମକୁ ନେଇ ରାୟ ପ୍ରକାଶ କରିଛନ୍ତି । ଏହି ରାୟରେ ସମସ୍ତ ପ୍ରକାର ରିହାତି ଛାଡ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାୟ ଆସିବା ପରେ ବ୍ୟାଙ୍କଗୁଡିକୁ ଆଶ୍ୱସ୍ତି ମିଳିଛି । ଅନ୍ୟପଟେ ପୁରା ରିହାତି ଛାଡ କରିବାକୁ କୋର୍ଟରେ ଆବେଦନ କରିଥିବା ବଡ ବଡ ଶିଳ୍ପପତି ଓ ରିଅଲ ଇଷ୍ଟେଟ କମ୍ପାନୀଗୁଡିକୁ ଶକ୍ତ ଧକ୍କା ଲାଗିଛି । ଏହି ମାମଲାର ଶୁଣାଣି କରି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଆର. ଭୂଷଣ ରେଡ୍ଡୀ ଓ ଜଷ୍ଟିସ ଏମ,ଆର ଶାହା ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଦେବା ବେଳେ ଖଣ୍ଡପୀଠ କହିଛନ୍ତି କି କରୋନା ମହାମାରୀ ବେଳେ କେବଳ କମ୍ପାନୀ ମାନେ ନୁହନ୍ତି ସରକାର ବି ଅନେକ କ୍ଷତି ସହିଛନ୍ତି । ଏହାସହ ଅର୍ଥନୈତୀକ ପଲିସି ମାମଲାରେ କୋର୍ଟ କୌଣସି ହସ୍ତକ୍ଷେପ କରିବେ ନାହିଁ । ସରକାର ଓ ଆରବିଆଇ ଉପରେ ଚାପ ପକାଇବାରେ କୋର୍ଟର କୌଣସି ଅଧିକାର ନଥିବା କଥା କୁହାଯାଇଛି । ଅନ୍ୟପଟେ ଏହି ମାମଲାରେ ସରକାରଙ୍କ ତରଫରୁ କୋର୍ଟରେ ଏକ ଉଲ୍ଲେଖନାମା ଦିଆଯାଇଛି । ଯେଉଁଥିରେ କୁହାଯାଇଛି କି ସରକାର ମହାମାରୀ ବେଳେ ବିଭିନ୍ନ ସେକ୍ଟରରେ ପର୍ୟ୍ୟପ୍ତ ପରିମାଣର ରିହାତି ଦେଇଛନ୍ତି । ଆଉ ଅଧିକ ରିହାତି ଦେବା ସମ୍ଭବ ନୁହେଁ । କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି ମଧ୍ୟମ ସେକ୍ଟରରେ ରିହାତି ପାଇଁ କୌଣସି ନିର୍ଦ୍ଦେଶନାମା ନାହିଁ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0