spot_img

ଚୀନ ଉପରେ ବର୍ଷିଲେ ରାଜନାଥ : ଚୀନ ସେନାକୁ ଫିଙ୍ଗର-୮ ପର୍ୟ୍ୟନ୍ତ ଫେରିବାକୁ ହେବ

ନୂଆଦିଲ୍ଲୀ: ଚୀନ ଓ ଭାରତ ମଧ୍ୟରେ ଚାଲିଥିବା ସୀମା ବିବାଦ ଏବେ ବି ଲାଗି ରହିଛି । ଭାରତର କିଛି ଅଞ୍ଚଳକୁ ଦଖଲ କରିବାକୁ ଚୀନ ପକ୍ଷରୁ ବାରମ୍ବାର ପ୍ରୟାସ ଜାରି ରହିଛି । ଏହାକୁ ନେଇ ଆଜି ରାଜ୍ୟସଭାରେ ଚୀନ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି କି ପୂର୍ବ ଲଦାଖରେ ଭାରତୀୟ ସେନା ଚୀନ ସେନାକୁ କଡା ଜବାବ ଦେଉଛି । ହେଲେ ଚୀନ ଏଲଏସିରେ ଏବେ ବି ପ୍ରଚୁର ପରିମାଣର ଗୋଳାବାରୁଦ ଠୁଳ କରୁଛି । ତେବେ ଚୀନ ସହିତ ବାରମ୍ବାର ହେଉଥିବା ଆଲୋଚନା ଏବେ ସଫଳ ହେବାକୁ ଯାଉଛି । ପୂର୍ବ ଲଦାଖର ସ୍ଥିତିକୁ ନେଇ ବିରୋଧୀଦଳ ମାନେ ବାରମ୍ବାର ସରକାରଙ୍କୁ ଘେରୁଛନ୍ତି । ରାଜନାଥ ସିଂଙ୍କ ସୂଚନା ମୁତାବକ ପୈଙ୍ଗାଙ୍ଗ ହ୍ରଦ ନିକଟରୁ ଚୀନ ସେନା ପ୍ରତ୍ୟାହାର କରିବା ନେଇ ବୁଝାମଣା ହୋଇଛି । ଭାରତ ତା’ର ବେସ ଫିଙ୍ଗର ଠାରୁ ୩ ଓ ଚୀନ ତା’ର ବେସ ଫିଙ୍ଗର ଠାରୁ ୮ ପାଦ ପଛକୁ ଫେରିବ ବୋଲି ହୋଇଥିବା ବୁଝାମଣାରେ ଉଲ୍ଲେଖ ରହିଛି । ଏହାସହ ଚୀନ ଭାରତ ସୀମାରେ କରୁଥିବା ସମସ୍ତ ନିର୍ମାଣ ବନ୍ଦ କରିବା ସହ ପୂର୍ବରୁ ସେମାନଙ୍କ ସେନା ଯେଉଁ ସୀମାରେଖା ନିକଟରେ ଥିଲେ ସେଠାକୁ ଫେରିଯିବା ନେଇ କଥାବାର୍ତ୍ତା ହୋଇଛି । ଏହାସହ ଗତକାଲି ଠାରୁ ଚୀନ ତା’ର ସେନାକୁ ପଛକୁ ଫେରାଇ ନେବା ପ୍ରକ୍ରିୟା ଆରମ୍ଭ କରିଥିବା କଥା ପ୍ରତିରକ୍ଷାମନ୍ତ୍ରୀ ରାଜ୍ୟସଭାରେ ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular