spot_img

ରାଷ୍ଟ୍ରପତି ହେଲେ ଜୋ ବାଇଡେନ

ଆମେରିକା: ଆମେରିକାକୁ ମିଳିଲା ନୂଆ ରାଷ୍ଟ୍ରପତି । ବିଜୟୀ ହୋଇଛନ୍ତି ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନ୍ । ପେନସିଲଭାନିଆରେ ବିଜୟୀ ହେବା ପରେ ବାଇଡେନ୍ ମ୍ୟାଜିକ ନମ୍ବର ଟପି ଯାଇଛନ୍ତି। ବହୁମତ ପାଇଁ ୨୭୦ ଇଲେକଟୋରାଲ ଭୋଟ ରହିଥିବାବେଳେ ସୁଦ୍ଧା ବାଇଡେନଙ୍କୁ ୨୭୩ ଭୋଟ ମିଳି ସାରିଛି । ସେପଟେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୨୧୪ ଇଲୋକ୍ଟରାଲ ଭୋଟ୍ ସହିତ ବହୁତ ପଛରେ ରହିଛନ୍ତି । ବାଇଡ଼େନ୍ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ସେ ଦେଶବାସୀଙ୍କ ପ୍ରଥମ ସମ୍ବୋଧନରେ କହିଛନ୍ତି। ରାଷ୍ଟ୍ରପତି ଭାବେ ଦେଶକୁ ସେ ବ୍ଲୁ ଏବଂ ରେଡ଼ ଷ୍ଟେଟ ଭାବେ ଦେଖିବେ ନାହିଁ କେବଳ ୟୁନାଇଡ଼େ ଷ୍ଟେଟ ଅଫ ଆମେରିକା ଭାବେ ଦେଖିବେ । ବାଂଟିବା ନୁହେଁ ଯୋଡିବା ହେବ ପ୍ରାଥମିକତା । ଆମେରିକାବାସୀ ତାଙ୍କ ଉପରେ ବିଶ୍ୱାସ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ଆମ ପାଖରେ ଏକ ସୁନ୍ଦର ଭବିଷ୍ୟତ ନିର୍ମାଣ କରିବାର ଶକ୍ତି ରହିଛି ବୋଲି କହିଛନ୍ତି ବାଇଡ଼େନ୍ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular