କୋଲକାତା : ଆଉ କେବଳ ୭0 ଦିନ। ଏହି ଦିନ ଗୁଡିକ ମମତାଙ୍କ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ। ଯେତିକି ଦିନ ସରି ଆସୁଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚିନ୍ତା ବଢିବାରେ ଲାଗିଛି। ଯଦି ଆଗାମୀ ୭0 ଦିନରେ ସେ ବିଧାୟକ ନହୁଅନ୍ତି ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିବ। ଏହି କାରଣରୁ ତୃଣମୂଳ କଂଗ୍ରେସ ଗୁରୁବାର ପୁଣି ଥରେ ନିର୍ବାଚନ ଆୟୋଗଙ୍କ କାର୍ୟ୍ୟାଳୟ ଯାଇ ରାଜ୍ୟରେ ଶୀଘ୍ର ଉପ ନିର୍ବାଚନ କରାଇବାକୁ ଦାବି କରିଛି। ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ମମତାଙ୍କୁ ନଭେମ୍ଵର ୫ ସୁଦ୍ଧା ବିଧାନସଭା ସଦସ୍ୟ ହେବାକୁ ପଡିବ।
ଟିଏମସି ନେତା ସୌଗାତ ରାୟଙ୍କ ନେତୃତ୍ଵାଧୀନ ଟିଏମସିର ପ୍ରତିନିଧି ମଣ୍ଡଳ ନିର୍ବାଚନ ଆୟୋଗଙ୍କ କାର୍ୟ୍ୟାଳୟ ଯାଇ ରାଜ୍ୟରେ ଶୀଘ୍ର ଉପ ନିର୍ବାଚନ କରାଇବାକୁ ଦାବି କରିଛନ୍ତି। ଟିଏମସି ଏହା ପୂର୍ବରୁ ମଧ୍ୟ ଦୁଇ ଥର ଦାବି କରି ସାରିଛି। ଏପରିକି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୋଦ୍ ଆଉ ବିଳମ୍ବ ନକରି ରାଜ୍ୟରେ ଉପ ନିର୍ବାଚନ କରାଇବାକୁ ଦାବି କରି ସାରିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0