spot_img

ସ୍କଲାରସିପରୁ ବଞ୍ଚିତ ଓବିସି ଓ ଏସଇବିସି ଛାତ୍ରଛାତ୍ରୀ

ଆନନ୍ଦପୁର: ଆନନ୍ଦପୁର ବ୍ଲକ୍ ତରତରା ସତ୍ୟନାରାୟଣ ବିଦ୍ୟାଳୟର ଓବିସି ଓ ଏସଇବିସି ବର୍ଗର ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ସ୍କଲାରସିପ୍ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏଥିପାଇଁ ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସିଧାସଳଖ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଦାୟୀ କରିଛନ୍ତି ।ବିଭାଗୀୟ ନିର୍ଦ୍ଦେଶ ଅନୁଯାୟୀ ଚଳିତ ବର୍ଷ ଓବିସି ଓ ଏସଇବିସି ଛାତ୍ରଛାତ୍ରୀ ଙ୍କଠାରୁ ସ୍କଲାରସିପ୍ ପାଇଁ ଦରଖାସ୍ତ ସଂଗ୍ରହ କରିବାକୁ ଚିଠି ହୋଇଥିଲା । ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୩୦ ତାରିଖ ଧାର୍ୟ୍ୟ ହୋଇଥିଲା । ହେଲେ ସତ୍ୟନାରାୟଣ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏ ବାବାଦରେ କାହାରିକୁ କିଛି ନ ଜଣାଇ ଚୁପ୍ ବସିରହିଥିଲେ । ପରେ ଏ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଅଭିଭାବକ ଜାଣି ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସ୍କୁଲ ପରିସରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଇଛି । ଗରିବ ପିଲାଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ସ୍କଲାରସିପକୁ ନେଇ ପ୍ରଧାନ ଶିକ୍ଷକଙ୍କ ଏଭଳି ଖାମଖିଆଲି ମନୋଭାବକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular