ଗୋଆ: ଇଣ୍ଡିଆନ ସୁପରଲିଗରେ ମୁହାଁମୁହିଁ ହେବେ ଆଜି ଓଡିଶା ଏଫସି ଓ ଏଟିକେ ମୋହନବାଗାନ । ଓଡିଶା ଏପର୍ଯ୍ୟନ୍ତ ୨ ଟି ମ୍ୟାଚ ଖେଳି ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୧ ପଏଣ୍ଟ ହାସଲ କରି ତାଲିକାରେ ଦଶମ ସ୍ଥାନରେ ରହିଛି । ତେବେ ଓଡିଶା ଦଳରେ ହେଣ୍ଡ୍ରି ଆଣ୍ଟୋନି, ସୌରଭ ମେହେର, ଥଇବା ସିଂ ଓ ପ୍ରେମଜିତ ସିଂହଙ୍କ ଭଳି ଦକ୍ଷ ଖେଳାଳି ରହିଛନ୍ତି । ଅନ୍ୟପଟେ ଦଳର ନୂତନ କୋଚ ବକ୍ସଟର ଆଜିର ମ୍ୟାଚରେ ଓଡିଶା ଭଲ ପ୍ରଦର୍ଶନ କରିବ ବୋଲି ଆଶା ବାନ୍ଧିଛନ୍ତି । ଅନ୍ୟପଟେ ଏଟିକେ ମୋହନବାଗାନ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ ଖେଳି ଦୁଇଟି ମ୍ୟାଚକୁ ଜିତିଛି । ଏହା ସହ ପଏଣ୍ଟ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଏହି ଦଳରେ ଅନେକ ଦକ୍ଷ ଖେଳାଳିଥିବାରୁ ଆଜିର ମ୍ୟାଚ ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0